ବୃଦ୍ଧ, ରୋଗୀ ଓ ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର ! ନିୟମ କୋହଳ କଲେ କେନ୍ଦ୍ର ସରକାର

20

ସରକାର ଗତ ବୁଧବାର ଦିନ ଆଧାର ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଧାର ସଂଯୋଗ ନେଇ କିଛି ପରିବର୍ତ୍ତନ କରିଛନ୍ତି ସରକାର । ସରକାର କରିଥିିବା ପରିବତର୍ତ୍ତନ ଅନୁସାରେ ବୃଦ୍ଧ, ରୋଗୀ ଓ ଆଘାତ ପାଇଥିବା ବ୍ୟକ୍ତିଙ୍କୁ ପାଇଁ ଆଧାର ପ୍ରମାଣପତ୍ର ଦେବା ନେଇ ନିୟମ କୋହଳ ହୋଇଛି । ଏବେ ଉପରୋକ୍ତ ବ୍ୟକ୍ତିମାନେ ବ୍ୟାଙ୍କ ଖାତାରେ ନିଜର ପରିଚୟର ପ୍ରମାଣ ପାଇଁ ଆଧାର ସ୍ଥାନରେ କୌଣସି ବି ଅନ୍ୟ ପ୍ରକାର ପରିଚୟ ପତ୍ର ବ୍ୟବହାର କରିପାରିବେ ।

ସରକାର ଏଥିପାଇଁ ବୁଧବାର ଦିନ ନୋଟିଫିକେସନ୍ ଜାରି କରିଛନ୍ତି । ଯେଉଁଠି କୁହାଯାଇଛି ମନି ଲଣ୍ଡ୍ରିଂ ନିୟମର ଚିହ୍ନଟର ବିକଳ୍ପ ବ୍ୟବସ୍ଥାରେ ସଂଶୋଧନ ପାଇଁ ଏପରି କରାଯାଇଛି । କିଛି ଖାସ୍ ଶ୍ରେଣୀର ଲୋକ ଏହାର ଲାଭ ଉଠାଇପାରିବେ, ଯାହାଙ୍କୁ ବାୟୋମେଟ୍ରିକ ପ୍ରମାଣୀକରଣ ଅସୁବିଧାର ସାମ୍ନା କରିବା ପାଇଁ ପଡ଼ୁଛି ।


ତେବେ ଏନେଇ ଆଧାର ନିୟନ୍ତ୍ରଣ କରୁଥିବା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧୀକରଣ (ୟୁଆଇଡ଼ିଏଆଇ)ର ସିଓଙ୍କୁ ପ୍ରଶ୍ନ କରାଯାଇଥିଲା । ଏନେଇ ସେ କହିଛନ୍ତି ନିୟମରେ ପରିବର୍ତ୍ତନ ଯୋଗୁଁ ବୃଦ୍ଧ ବ୍ୟକ୍ତି, ଆଘାତ ପାଇଥିବା ବ୍ୟକ୍ତି ଓ ରୋଗୀଙ୍କୁ ଅସୁବିଧା ହେବ ନାହିଁ । ଆଧାର କାର୍ଡ଼ ବିନା ବ୍ୟାଙ୍କିଂ ଓ ଅନ୍ୟ ଆର୍ଥିକ ସେବାର ଉପଯୋଗ କରିପାରିବେ ।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ଆଧାର ଲିଙ୍କ ଓ ତାହାର ବୈଧତା ଦେଉଥିବା ନିୟମ ବିରୋଧରେ ଆସିଥିବା ଯାଚିକା ଉପରେ ୩୮ ଦିନର ମାରାଥନ ଶୁଣାଣି ପରେ ମେ ୧୦ରେ ନିଜର ନିର୍ଣ୍ଣୟ ସୁରକ୍ଷିତ କରିଥିଲେ । ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ନିୟମ କୋହଳ କରିଥିଲେ ।