କନକ ବ୍ୟୁରୋ : ତାମିଲନାଡୁରେ ଅଭାବନୀୟ ଘଟଣା । ବସ୍ ଷ୍ଟାଣ୍ଡ ଛାତ ଭୁଶୁଡି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ଦେଖିବାକୁ ମିଳିଛି କୋୟାମ୍ବାଟୁର ସହରର ସୋମାନୁର୍ ଅଂଚଳରେ । ଗୁରୁବାର ଅପରାହ୍ନରେ ସୋମାନୁର ସ୍ଥାନୀୟ ବସ ଷ୍ଟାଣ୍ଡର ୧୦ ଫୁଟ ଉଚ୍ଚରେ ଥିବା କଂକ୍ରିଟ୍ ଛାତ ହଠାତ୍ ଭୁଶୁଡି ପଡିଥିଲା । ସ୍ଥାନୀୟ ପୋଲିସ୍ ଏବଂ ଫାୟାର୍ ବ୍ରିଗେଡ୍ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଥିଲେ ।
ଶେଷ ଖବର ସୁଦ୍ଧା ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ପୋଲିସ୍ ୧୦ ଜଣ ଆହତଙ୍କୁ ଉଦ୍ଧାର କରିଛି । ଆହୁରି ୨୦ ଜଣ ଭଙ୍ଗା ଛାତ ତଳେ ଦବି ହୋଇଥିବା ପୋଲିସ୍ ଅନୁମାନ କରୁଛି । ଉଦ୍ଧାର ହୋଇଥିବା ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତିିର୍ କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବସ ଷ୍ଟାଣ୍ଡ ଛାତ ବହୁତ ଦୁର୍ବଳ ଥିଲା, ଛାତରୁ ପାଣି ଲିକ୍ ହେଉଥିଲା । ଯେଉଁଥିପାଇଁ ଏ ଅଭାବନୀୟ ଘଟଣା ଘଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/somanur.jpg)