ଡହଡହ ଖରାରେ ସିଝୁଛି ଓଡିଶା ! ଆଜି ଠାରୁ ଉପକୂଳ ଅଂଚଳରେ ଉପରମୁହାଁ ହେବ ପାରଦ

28

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସମ୍ଭାଳ ତାତିରେ ଲୋକେ ନାକେଦମ୍ ହେଲେଣି । ଦିନ ୧୧ ଟା ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସହରରେ ତାମପାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଅନ୍ୟପଟେ ଆଜି ଠାରୁ ଉପକୂଳ ଓଡିଶାରେ ତାତି ବଢିବ । ଏହି ସ୍ଥିତିରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନିସ୍ତାର ମିଳିବ ନାହିଁ ବୋଲି ସୂଚନା ମିଳିଛି ।

ତେବେ ଏପ୍ରିଲ ପହିଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ । ତତଲାଗଡରେ ପାରଦ ୪୩ ଡିଗ୍ରୀ , ଝାରସୁଗୁଡାରେ ୪୦ ଦଶମିକ ୫, ସମ୍ବଲପୁରରେ ୪୦ ଦଶମିକ ୧, ସୁନ୍ଦରଗଡରେ ୪୦ ଦଶମିକ ୫, ହୀରାକୁଦରେ ୪୦ ଦଶମିକ ୮ ରେକର୍ଡ କରାଯାଇଛି ।

ସେପଟେ ଭବାନୀପାଟଣାରେ ୪୦ ଦଶମିକ ୫, ବଲାଙ୍ଗୀରରେ ୪୧ ଓ ମାଲକାନଗିରିରେ ୪୦ ଦଶମିକ ୨ ଉପରେ ତାପମାତ୍ରା ରହିଥିଲା । ଗତକାଲିର ତାପମାତ୍ରା ଦୀର୍ଘ ଦିନର ରେକର୍ଡ ଭାଙ୍ଗିଥିବା ସୂଚନା ଦେଇଛନ୍ତି ଆଚଂଳିକ ପାଣିପାଗ କେନ୍ଦ୍ର ।