ଲଘୁଚାପର ପ୍ରଭାବ ହଟିଯିବା ପରେ ରାଜ୍ୟରେ କମିଲା ବର୍ଷା ! ବଢ଼ିଲା ତାତି

Advertisment
ଲଘୁଚାପର ପ୍ରଭାବ ହଟିଯିବା ପରେ ରାଜ୍ୟରେ କମିଲା ବର୍ଷା ! ବଢ଼ିଲା ତାତି

image courtesy-https://www.google.co.in

କନକ ବ୍ୟୁରୋ : ଓଡ଼ିଶା ଉପରୁ ଲଘୁଚାପର ପ୍ରଭାବ ହଟିଯିବା ପରେ ବର୍ଷା ପରିମାଣ କମିଛି । କାଁ ଭାଁ କେଉଁଠି ବର୍ଷା ହେଉଛି । ଏହା ସତ୍ତ୍ୱେ ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ବାରିପଦାରେ ୧୧୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ହୋଇଛି ୫୯ ମି.ମି. ବର୍ଷା ।

publive-imageପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ ରହିଛି । ଏଣୁ ବାୟୁମଣ୍ଡଳରେ ଭରି ରହିଛି ଜଳୀୟବାଷ୍ପ । ଗତକାଲି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଦିନବେଳା ତାତି ଅନୁଭୂତ ହୋଇଛି । ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ଥିବା ବେଳେ କଟକରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି । ରାଜଧାନୀବାସୀ ଅକ୍ଟୋବର ମାସରେ ବି ଅନୁଭୂବ କରିଛନ୍ତି ନିଦାଘ ଖରାଦିନର ତାତି ।

ଏଭଳି ତାତି ବଢ଼ିଲେ ତାହା ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ସ୍ଥାନୀୟ ବର୍ଷା ସମ୍ଭାବନା ସୃଷ୍ଟି କରୁଥିବା ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । ଆଗାମୀ ୧୫ ତାରିଖ ସୁଦ୍ଧା କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଭୋଗରାଇରେ ସର୍ବାଧିକ ୬୫.୬ ମି.ମି. ବର୍ଷା ହୋଇଥିବା ବେଳେ ବାଲିକୁଦାରେ ୫୦ ମି.ମି., ବୋଲଗଡ଼, ଜଗନ୍ନାଥପ୍ରସାଦରେ ୩୦ ମି.ମି. ବର୍ଷା ହୋଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ବାରିପଦା, କୋରାପୁଟ ଛାଡ଼ିଦେଲେ ଫୁଲବାଣୀରେ ୧୯ ମି.ମି. ବର୍ଷା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe