କନକ ବ୍ୟୁରୋ : ରାଜ୍ୟରେ ଏବେ ବଡ଼ ବର୍ଷା ହେବ ନାହିଁ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ନାହିଁ । ୧୭ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ଘୂର୍ଣ୍ଣିବଳୟ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ନେଇ ଯେଉଁ ଆକଳନ କରାଯାଇଥିଲା, ତାହା ହୋଇ ନଥିବାରୁ ଓଡ଼ିଶା ଉପରେ ବଡ଼ ବର୍ଷା ହେବାର ନାହିଁ । ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଗତ ଦୁଇ ଦିନ ହେଲା ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ୨୪ ଯାଏଁ ବଡ଼ ବର୍ଷା ନାହିଁ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା
/kanak/media/post_attachments/wp-content/uploads/2019/07/rainroad4953126976-979185356_6.jpg)