ନାରୀଙ୍କୁ ପରିଚୟ : ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୯ ମହିଳା ବ୍ୟକ୍ତିତ୍ୱଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’
କନକ ବ୍ୟୁରୋ : ସବୁର ସ୍ରଷ୍ଟା ନାରୀ ନିଜେ ଅବହେଳିତ! ପୁଣି ସେ ନିଜ ପରିଚୟ ବି ଖୋଜୁଛି! ଏଭଳି କଥା ଶୁଣିଲେ ଓ ପରିସ୍ଥିତି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ଏତେ ସତ୍ତ୍ବେ ପୁରୁଷ ପ୍ରାଧାନ୍ୟ ପେସାରେ ନାରୀ ନିଜକୁ ସାମିଲ କରି ନିଜର ଉତ୍କର୍ଷ ପ୍ରତିପାଦିତ କରୁଛି। ସେଭଳି ମହିଳାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଆଜି ଏହି ‘ଓଡ଼ିଶା ମହିଳା ଉତ୍କର୍ଷ ସମ୍ମାନ’ର ଆୟୋଜନ କରାଯାଇଛି। ଏଥିରେ ଯୋଗଦେଇ ଅତିଥିମାନେ କହିଛନ୍ତି, ଯଦି ଆମେ ସେମାନଙ୍କ ଉତ୍କର୍ଷକୁ ସମ୍ମାନ ଦେଉଛେ ତା’ ସହ ଆମର କିଛି ଦାୟିତ୍ବ ବି ବଢ଼ିଯାଇଛି। ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ‘ବ୍ରାଇଟ୍ ଓଡ଼ିଆ ଫାଉଣ୍ଡେସନ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଓଡ଼ିଶା ମହିଳା ଉତ୍କର୍ଷ ସମ୍ମାନ’ ସମାରୋହରେ ନାରୀ ସୁରକ୍ଷା ଓ ପ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।