କରୋନା ମୁକାବିଲା : ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲାଗିଲା କଟକଣା, ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏଁ କଟକଣା ବାବଦରେ ବିଜ୍ଞପ୍ତି

Advertisment
ଛତିଶଗଡରେ ବସ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଘୋଷଣା କଲେ ୨ ଲକ୍ଷ ଟଙ୍କାର ସହାୟତା; ଛତିଶଗଡ ଡିଜିପିଙ୍କ ସହ ଯୋଗାଯୋଗରେ ରହିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ : ତାଲାବନ୍ଦ ବେଳେ କଟକଣା । ୨୨ ମାର୍ଚ୍ଚରୁୁ ୨୯ ମାର୍ଚ୍ଚ ଯାଏ କଟକଣା ବିଷୟରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ଲଗାଯାଇଛି । କରୋନା ମୁକାବିଲାରେ ସାହାଯ୍ୟ କରିଥିବା ସମସ୍ତ ଅନୁଷ୍ଠାନ ଗୁଡ଼ିକ ଖୋଲା ରହିବ ।

ରାଜ୍ୟରେ କରୋନା ଭାଇରସକୁ  ‘ନକ୍‌ ଡାଉନ୍‌’ ପାଇଁ ‘ଲକ୍‌ ଡାଉନ୍‌’ ନିଷ୍ପତ୍ତି ନିଆଯାଇଛି । ନିଜକୁ, ପରିବାରକୁ ଓ ଜାତିକୁ ବଞ୍ଚାଇବା ସବୁ ନାଗରିକଙ୍କ ଦାୟିତ୍ୱ । ଆମେ ନିଜ କଥା ଚିନ୍ତା କରିବା ପୂର୍ବରୁ ପରିବାର ଲୋକଙ୍କ କଥା ବୁଝିବା ଦରକାର । ତେଣୁ ଘରେ ରହିବାକୁ  ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।

  • ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏଁ କଟକଣା ବାବଦରେ ବିଜ୍ଞପ୍ତି
  • ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲାଗିଲା କଟକଣା
  • ରାସ୍ତାରେ ଗଡ଼ିପାରିବ ନାହିଁ ଟାକ୍ସି, ଅଟୋରିକ୍ସା
  • ହସ୍ପିଟାଲ, ବିମାନବନ୍ଦର, ରେଲୱେ ଷ୍ଟେସନରୁ ଆସୁଥିବା ଗାଡ଼ି ବାଦ ପଡ଼ିବ
  • ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍, ଫ୍ୟାକ୍ଟ୍ରି ବନ୍ଦ ରହିବ
  • ୫ ଜିଲ୍ଲା, ୮ ସହରରେ ପେନସନ ଓ ପିଡିଏସ୍ ବଣ୍ଟନ ବନ୍ଦ
  • ବିଦେଶରୁ ଆସୁଥିବା ଲୋକ ଘରେ ରହିବା ବାଧ୍ୟତାମୂଳକ
  • କେବଳ ମୌଳିକ ଆବଶ୍ୟକତା ପାଇଁ ଘରୁ ବାହାରିବାକୁ ନିର୍ଦ୍ଦେଶ
  • ଘରୁ ବାହାରିଲା ବେଳେ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିବେ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe