ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର : ସ୍ୱଚ୍ଛତା ପାଇଁ ସଚେତନ କରାଇବାକୁ ଗଣିଶିକ୍ଷା ବିଭାଗର ପ୍ରୟାସ, ବ୍ଲକସ୍ତରରେ ୨ହଜାର, ଜିଲ୍ଲାସ୍ତରରେ ୫ ହଜାର, ରାଜ୍ୟସ୍ତରରେ ୧୦ ହଜାର ଟଙ୍କା ମିଳିବ

647

କନକ ବ୍ୟୁରୋ : ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର । ସବୁଠାରୁ ସ୍ୱଚ୍ଛ ବିଦ୍ୟାଳୟ ବିବେଚିତ ହେଲେ ପୁରସ୍କୃତ କିରବ ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କୁ ଛାତ୍ରଜୀବନରୁ ସ୍ୱଚ୍ଛତା ପାଇଁ ସଚେତନ କରାଇବାକୁ ଗଣିଶିକ୍ଷା ବିଭାଗର ପ୍ରୟାସ । ଆଉ ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଆରମ୍ଭ ହୋଇଛି । ଏ ନେଇ ଏକ ଆପ ମଧ୍ୟ ଲଂଚ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସମସ୍ତ ସରକାରୀ ଓ ଏଡେଡ ସ୍କୁଲ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଅନଲାଇନରେ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ କରିବା ପାଇଁ ପଡ଼ିବ । ଆପ୍ ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକ ସ୍ୱେଚ୍ଛାକୃତ ଭାବେ ପଞ୍ଜୀକୃତ କରିପାରିବେ । ସ୍ୱଚ୍ଛ ବିଦ୍ୟାଳୟ ଗୁଡ଼ିକ ପାଇଁ ପୁରସ୍କାର ରାଶି ସହ ତାରକା ମାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି ।

ଅକ୍ଟୋବର ୧୪, ୨୦୧୯ ମଧ୍ୟରେ ସମସ୍ତ ବିଦ୍ୟାଳୟ ଗୁଡ଼ିକ ପୁରସ୍କାର ପାଇଁ ପଞ୍ଜୀକରଣ କରିପାରିବେ । ୧୫ ଅକ୍ଟୋବର ଠାରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଆବେଦନ ପତ୍ର ଗୁଡ଼ିକର ଯାଂଚ ହେବ । ୧ ନଭେମ୍ବରରୁ ୧୦ ନଭେମ୍ବର ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ । ତେବେ ସ୍ୱଚ୍ଛ ବିଦ୍ୟାଳୟ ଗୁଡ଼ିକୁ ବ୍ଲକ ସ୍ତରରେ ୨୦୦୦, ଜିଲ୍ଲାସ୍ତରରେ ୫ ହଜାର ଏବଂ ରାଜ୍ୟସ୍ତରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ବ୍ଲକ ସ୍ତରରେ ୧୨୫୬ ଟି, ଜିଲ୍ଲାସ୍ତରରେ ୨୪୦ଟ. ରାଜ୍ୟ ସ୍ତରରେ ୪୦ଟି ବିଦ୍ୟାଳୟକୁ ମିଳିବ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ।

ଅନ୍ୟପଟେ ୯୦ରୁ ୧୦୦ ପ୍ରତିଶତ ସ୍ୱଚ୍ଛ ବିଦ୍ୟାଳୟ ଗୁଡ଼ିକୁ ୫ ଷ୍ଟାର ରାଙ୍କିଂ ମିଳିବ । ଅର୍ଥାତ୍ ଏହି ବିଦ୍ୟାଳୟ ଗୁଡ଼ିକ ଉତ୍କୃଷ୍ଟ ବୋଲି ବିବେଚନା କରାଯିବ । ୭୫ ରୁ ୮୯ ପ୍ରତିଶତ ସ୍ୱଚ୍ଛ ଥିଲେ ବିଦ୍ୟାଳୟ ଗୁଡ଼ିକ ୪ ଷ୍ଟାର ମିଳିବ, ଏହି ବିଦ୍ୟାଳୟ ଗୁଡ଼ିକ ଭଲ ଏବଂ ଆହୁରି ସ୍ୱଚ୍ଛ କରାଯାଇପାରେ ବୋଲି କୁହାଯିବ । ଅନ୍ୟପଟେ ୫୧ରୁ ୬୯ ପ୍ରତିଶତକୁ ୩ ଷ୍ଟାର ରାଙ୍କିଂ କରାଯିବ । ଏହି ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଭଲ ଅଛି , ଆଉ ଅଧିକ ଭଲ କରାଯାଇପାରିବ । ୩୫ରୁ ୫୦ ପ୍ରତିଶତ ସ୍ୱଚ୍ଛ୍ ବିଦ୍ୟାଳୟକୁ ୨ ଷ୍ଟାର ଦିଆଯିବ ଏଂବ ଏହି ବିଦ୍ୟାଳୟ ଗୁଡ଼ିକ ଚଳିବ ଅଧିକ ଉନ୍ନତି ଦରକାର । ୩୫ରୁ କମ ସ୍ୱଚ୍ଛତା ପାଇଁ ୧ ଷ୍ଟାର ବା ଖରାପ ବୋଲି ବିଚାର କରାଯିବ ।

ଏହାର ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତ ସ୍କୁଲରେ ସ୍ୱଚ୍ଛତା ବ୍ୟବସ୍ଥା ସୁଧାରିବା ସହ ଶିକ୍ଷକ ଛାତ୍ରଙ୍କ ପାଇଁ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା । ତେବେ ପୁରସ୍କାର ବ୍ୟବସ୍ଥା ପରେ ବିଦ୍ୟାଳୟ ଗୁଡ଼ିକର ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି ।