ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ : ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ, ସାମ୍ବାଦିକ ମହଲରେ ଶୋକର ଛାୟା

553

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତି ବିଶାରଦ ଦିଲ୍ଲୀପ ଶତପଥୀ ଆଉ ନାହାନ୍ତି । ଗତକାଲି ରାତିରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଆଜି ମଧ୍ୟରାତ୍ରିରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପରିବାରଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡିତ ଥିଲେ ।

ବିଜନେସ ଷ୍ଟାଣ୍ଡାର୍ଡର ଓଡିଶା ବ୍ୟୁରୋ ଚିଫ ଥିଲେ ଦିଲ୍ଲୀପ ଶତପଥୀ ।ବିଭିନ୍ନ ଇଲୋକ୍ଟ୍ରନିକ ଗଣମାଧ୍ୟମରେ ଅତିଥି ଭାବେ ଦିଲ୍ଲୀପ ଭାଗ ନେଉଥିଲେ । ଜଣେ ଉପସ୍ଥାପକ ଭାବେ ମଧ୍ୟ ଦୂରଦର୍ଶନରେ କାମ କରିଥିଲେ ଦିଲ୍ଲୀପ । ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଲେଖା ଲେଖି ସେ ବେଶ ସୁନାମ ଅର୍ଜନ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଦିଲ୍ଲୀପଙ୍କ ବର୍ଷ ବର୍ଷର ଅବଦାନ ଅତୁଳନୀୟ । ତାଙ୍କ ବିୟୋଗରେ ସାମ୍ବାଦିକମହଲରେ ଶୋକର ଛାୟା ଖେଳିଯାଇଛି ।