ବାତ୍ୟା ଫୋନିରେ ସହାୟତା ପାଇଁ ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ ନବୀନ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜୁନ ପହିଲା ପୂର୍ବରୁ ୫ ଲକ୍ଷ ଘର ପାଇଁ ଜଣାଇଲେ ଦାବି 

137

କନକ ବ୍ୟୁରୋ : ବାତ୍ୟା ସହାୟତାରେ କେନ୍ଦ୍ରର ଭୂମିକାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ୍ ୫ ଲକ୍ଷଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । କ୍ଷତିଗସ୍ତ ହୋଇଥିବା ୫ଲକ୍ଷ ଘରର ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ନବୀନ । ଏମିତିକି ଗୃହ ନିର୍ମାଣ ନେଇ କେନ୍ଦ୍ରକୁ ଦିଆଯାଇଥିବା ପ୍ରସ୍ତାବ ପାରିତ ହେବ ଆଶାକରି ଜୁନ୍-୧ ତାରିଖରୁ ୱାର୍କ ଅର୍ଡର ଇସ୍ୟୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏସବୁ ଭିତରେ ରାଜ୍ୟ ବିଜେପି ପ୍ରଶ୍ନ କହିଛି-କୁଆଡେ ଗଲା ବିଜୁ ପକ୍କାଘର?

ବାତ୍ୟା ମୁକବାଲି ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ପ୍ରଶଂସା ପରେ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ, ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଗତ ୬ ତାରିଖ ମୋଦିଙ୍କ ଓଡ଼ିଶା ଗସ୍ତ ଏବଂ ବାତ୍ୟା ସ୍ଥିତିର ଅନୁଧ୍ୟାନ ଘଟଣାକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ।

ସେହିପରି ଆଗକୁ ବର୍ଷା ଋତୁ ଆସୁଥିବାରୁ ଲୋକଙ୍କୁ ଶୀଘ୍ର ପକ୍କାଘର ଯୋଗାଇ ଦେବା ପାଇଁ ଆଗୁଆ ପଦକ୍ଷେପ ନେଉଥିବା କଥା ଏହି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତିଏପଟେ କିନ୍ତୁ ରାଜ୍ୟ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି । ବିଜେପିର ବରିଷ୍ଠ ନେତା କେ.ଭି ସିଂଦେଓ କହିଛନ୍ତି, ମୁଖ୍ୟମନ୍ତ୍ରୀ ୫ଲକ୍ଷ ଘର ମାଗିଛନ୍ତି, ହେଲେ ଟଙ୍କାର ଉପଯୁକ୍ତ ବିନିଯୋଗ ହେବା ଦରକାର । ସେହିପରି ବିଜୁ ପକ୍କାଘର କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ନେତାଙ୍କ ଏହି ବୟାନବାଜୀ ଭିତରେ କିନ୍ତୁ ଦେଖିବାର କଥା ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠିର ଜବାବ୍ ପ୍ରଧାନମନ୍ତ୍ରୀ ମୋଦି କେଉଁ ଭଳି ଭାବରେ ଦେଉଛନ୍ତି ।