କନକ ବ୍ୟୁରୋ : ଓଡିଶାରୋ କରୋନା ରୋଗୀ । ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଦେହରେ ମିଳିଛି କରୋନା ଭୁତାଣୁ । କ୍ୟାପିଟାଲ ହସପିଟାଲରେ ଯୁବକଙ୍କ ଚିକିତ୍ସା ଚାଲିଛ । ତେବେ ସରକାରୀ ସ୍ତରରେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିଛିଦିନ ପୂର୍ବରୁ ଇଟାଲିରୁ ଫେରିଥିଲେ ଯୁବକ । ସଂପୃକ୍ତ ଯୁବକ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସପିଟାଲ ଆସିିଥିଲେ । ଏବେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ବିସ୍ତୁତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
କରୋନା ସଚେତନତା ପାଇଁ କ’ଣ କରିବେ ?
• ବାରମ୍ବାର ସାବୁନରେ ହାତ ଧୁଅନ୍ତୁ କିମ୍ବା ଆଲକୋହଲ୍ ଯୁକ୍ତ ସାନିଟାଇଜରରେ ହାତ ସଫା କରନ୍ତୁ
• କୌଣସି ପରିସ୍ଥିତିରେ ବିବାହ, ବ୍ରତଘର ଆଦି ସାମାଜିକ ଏବଂ ଧାର୍ମିକ ଉତ୍ସବରେ ସାମିଲ ହୁଅନ୍ତୁ ନାହିଁ
• ସବୁବେଳେ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ
• ଆପଣଙ୍କ ଖାଇବା ବାସନ କୁସନ, ପିଇବା ପାଣି ଗ୍ଲାସ, ଚା’ ପିଆ କପ୍, ଟାୱେଲ୍, ବିଛଣା ତଥା ଅନ୍ୟ ସମସ୍ତ ଉପକରଣ ଅଲଗା ବ୍ୟବହାର କରନ୍ତୁ
• ମାସ୍କ ବ୍ୟବହାର କରନ୍ତୁ ଏବଂ ୬ରୁ ୮ ଘଂଟା ବ୍ୟବହାର କରିବା ପରେ ବଦଳାନ୍ତୁ, କୌଣସି ପରିସ୍ଥିତିରେ ମାସ୍କକୁ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ
• ପୁରୁଣା ମାସ୍କକୁ ବ୍ଲିଚିଂ ସଲ୍ୟୁସନ୍ କିମ୍ବା ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନରେ ପକାଇ ପୋଡି ଦିଅନ୍ତୁ କିମ୍ବା ବଡ଼ ଗାତ କରି ପୋତି ଦିଅନ୍ତୁ
• ବାହାର ଲୋକଙ୍କୁ ଘର ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ
• ଘରର ଚଟାଣ ହେଉ, କିମ୍ବା ଅନ୍ୟ କୌଣସି ଜିନିଷ ସଫା କରିବାକୁ ହେଲେ ହାତରେ ଡିସ୍ପୋଜେବୁଲ୍ ଗ୍ଲୋଭ ବ୍ୟବହାର କରନ୍ତୁ
• ସଫା କରିବା ପରେ ଗ୍ଲୋଭ କାଢ଼ିଦେବା ସହ ହାତକୁ ସାବୁନରେ ଅତି କମରେ ୨୦ ସେକେଣ୍ଡ ଧୁଅନ୍ତୁ
•ମନେ ରଖନ୍ତୁ, କେବଳ ସତର୍କତା ଓ ସଚେତନତା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଏହି ମହାବିପଦରୁ ରକ୍ଷା କରିପାରିବ ।