ରାଜନୀତିରେ ସବୁ ସମ୍ଭବ ! ମିଶ୍ରଣ ପର୍ବରେ ଜୁହାର ହେଲେ ଦୁଇ ପ୍ରତିଦ୍ୱନ୍ଦି, କାଲି ହାରିଥିଲେ ଆଜି ହାତ ଧରି ଦଳରେ ମିଶାଇଲେ

1,154

କନକ ବ୍ୟୁରୋ : କ୍ଷଣ କ୍ଷଣରେ ବଦଳୁଛି ରାଜ୍ୟ ରାଜନୈତିକ ପାଣିପାଗ । ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜନୀତିରେ ସବୁ କିଛି ସମ୍ଭବ । କାଲି ଯେ ପରମ ଶତ୍ରୁ ଆଜି ସେ ମିତ୍ର । ରାଜନୀତିରେ ରକ୍ତ ସମ୍ପର୍କ, ଶତ୍ରୁତା, ମିତ୍ରତା କିଛି ମାନେ ରଖେନା । ନିର୍ବାଚନ ସମସୟ ଆସିଲେ ନେତାଙ୍କ ସ୍ୱାଭିମାନ ଚୁଲିକୁ ଯାଏ । ଚିର ପ୍ରତିଦ୍ଵନ୍ଦୀ ମଧ୍ୟ ମିତ୍ରରେ ପରିବର୍ତ୍ତିତ ହୋଇଥାଏ। ଆଞ୍ଚଳିକ ସ୍ତରରେ ହେଉ କି ଜାତୀୟ ରାଜନୀତିରେ ଏସବୁ ସାଧାରଣ କଥା । ଏହି କ୍ରମରେ ରାଜ୍ୟ ରାଜନୈତିକ ପୃଷ୍ଠ ଭୂମିରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାସମସ୍ତଙ୍କୁ ଚକିତ କରିଛି ।

ରାଜନୀତିରେ ରଙ୍ଗ ବଦଳାଉ ଥିବା ନେତାଙ୍କ ତାଲିକା କମ ନାହିଁ । ନିନ୍ଦା କରୁଥିବା ଲୋକ ହଠାତ୍ ଆପଣାର ହୋଇଯାଏ । ଏହି କ୍ରମରେ ଆଜି ବିଜେପି ଶିବିରରେ ଆଜି ଯୋଗଦେଇଛନ୍ତି ପୁରୁଖା ନେତା ରବି ନାରାୟଣ ପାଣି । ଦୁଇ ଦିନ ପୂର୍ବରୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ପାଲଲହଡାର ପୂର୍ବତନ ବିଧାୟକ ରବି ପାଣି । ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଗେରୁଆ ଶିବିର ଛାଡ଼ିଥିଲେ । ମିଶ୍ରଣ ପର୍ବରେ ପ୍ରତିଦ୍ୱନ୍ଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରବି ନାରାୟଣ ପାଣି ଉଭୟ ଉଭୟଙ୍କୁ ଜୁହାର ହେବାର ଦେଖିବାକୁ ମିଳିଛି । ପୂର୍ବରୁ ପରସ୍ପର ବିରୋଧୀ ଥିଲେ ମଧ୍ୟ ଆଜି ହାତ ମିଳାଇଛନ୍ତି ଦୁଇ ପ୍ରତିଦ୍ୱନ୍ଦି । ପୂର୍ବର କଠୋର ଭର୍ସନାକୁ ଭୁଲି ଉଭୟ ନେତା ଉଭୟଙ୍କ ଉଦ୍ଦେଶ୍ୟରେ ଜୁହାର ହୋଇଛନ୍ତି । ପୂର୍ବରୁ ହାରିଥିଲେ ଆଉ ଆଜି ହାତ ଧରି ରବି ପାଣିଙ୍କୁ ଦଳରେ ମିଶାଇଲେ ଧର୍ମେନ୍ଦ୍ର ପ୍ରଧାନ ।

୨୦୦୯ ନିର୍ବାଚନରେ ୨୦୦୯ରେ ନିର୍ବାଚନ ଲଢ଼ି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରି ବିଧାନସଭାକୁ ନର୍ବାଚିତ ହୋଇଥିଲେ ରବି ନାରାୟ ପାଣି ।  ୨୦୦୯ରେ ବିଜେଡ଼ି ଟିକେଟରୁ ନିର୍ବାଚନ ଲଢ଼ି ରବି ନାରାୟଣ ପାଣି ୪୦,୯୮୦ ଖଣ୍ଡ ଭୋଟ ପାଇ ଥିବାବେଳେ, ଧର୍ମେନ୍ଦ୍ର ପ୍ରାଧନଙ୍କ ଖାତାକୁ ଯାଇଥିଲା ୩୫, ୫୩୧ ଟି ଭୋଟ । ଦେବଗଡ଼ର ଲୋକସଭା ସଦସ୍ୟ ଏବଂ ପାଲଲହଡାର ବିଧାୟକ ଥିଲେ । ଗୋଟିଏ ସମୟରେ ପ୍ରତିଦ୍ୱନ୍ଦି ଥିବାଲ ଏହି ଦୁଇ ନେତା ଏବେ ମିତ୍ର ପାଲଟିଯାଇଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ରାଜନୀତିରେ ଅହିନକୂଳ ସମ୍ପର୍କ ବି ଅତି ସହଜ ।