ଓଡିଶା ନିର୍ମାଣ କନକ୍ଲେଭ୍- ୨୦୨୦ : କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଥନ ଆରମ୍ଭ,  ସାମିଲ ହେଲେ ବହୁ ବିଶିଷ୍ଟ ନେତା , ବ୍ୟକ୍ତି ଓ ମନ୍ତ୍ରୀ

120

କନକ ବ୍ୟୁରୋ :  ଆରମ୍ଭ ହେଲା ଓଡ଼ିଶା ନିର୍ମାଣ କନକ୍ଲେଭ୍ ୨୦୨୦ । କନକ ନ୍ୟୁଜ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବହୁ ବିଶିଷ୍ଟ ନେତା, ମନ୍ତ୍ରୀ । ଓଡିଶା ନିର୍ମାଣ କନକ୍ଲେଭର ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଆଜି ଦିନ ୧୧ଟାରୁ କନକ ନ୍ୟୁଜରେ ସିଧା ପ୍ରସାରଣ ଆରମ୍ଭ ହୋଇଛି ।

କନକ୍ଲେଭ ଆରମ୍ଭରେ କୃଷିର ବିକାଶ ନେଇ ବକ୍ତବ୍ୟ ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କୃଷକଙ୍କ ପାଇଁ କୃଷି ବଜେଟ୍ ଆରମ୍ଭ କରାଯାଇଛି । ଚାଷୀଙ୍କ ସମସ୍ୟା ପାଇଁ ଆମେ ସଚେତନ । କୃଷି ପ୍ରତି ବର୍ତ୍ତମାନ ଆଇଆଇଟି, ବିକେଟ୍ କରୁଥିବା ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ବେଶ୍ ଆଗ୍ରହ ଦେଖାଉଥିବାରେ ଦେଖିବାକୁ ମିଳୁଛି । ଚାଷୀଙ୍କୁ ବ୍ୟାଙ୍କ ଋଣ ମିଳିବାରେ ସାମାନ୍ୟ ସମସ୍ୟା ଦେଖିବାକୁ ମିଳୁଛି । ହେଲେ ଚାଷୀଙ୍କ ହିତ ପାଇଁ ଏ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଖୁବଶୀଘ୍ର ଏହାର ସମାଧାନ ହେବ । ଭିତ୍ତିଭୂମି ବିକାଶ ପାଇଁ ସରକାର ସର୍ବଦା ଚେଷ୍ଟିତ । ମାଣ୍ଡିଆ ମଣ୍ଡି ଖୋଲିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।

ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସରକାର ସହାୟତା କରୁଛନ୍ତି । କେବଳ ରାଜନୀତି ପାଇଁ କିଛି ଘୋଷଣା କରାଯାଉ ନାହିଁ । ନିର୍ବାଚନ ପରେ ବି ଅନେକ କିଛି ଚାଷୀଙ୍କ ପାଇଁ ଘୋଷଣା କରାଯାଇଛି । ଚାଷୀ ହାତକୁ ଟଙ୍କା ଆସିବା ପାଇଁ ପଦକ୍ଷେପ ନିଆଯାଉଛି । ଲାଭଜନକ ଚାଷ ପ୍ରତି ଚାଷୀଙ୍କୁ ସଚେତନ କରାଯାଉଛି । ପାରମ୍ପରିକ ଚାଷ ପ୍ରତି କୃଷକ ନିଜକୁ ସହଜ ମନେକରୁଛି ବୋଲି କହିଛନ୍ତି କୃଷିମନ୍ତ୍ରୀ ।