କାଠମାଣ୍ଡୁ ଆସିଲା କଳ୍ପନାଙ୍କ ମରଶରୀର : ଆଜି ନେପାଳର ଟିଚିଂ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ 

508

କନକ ବ୍ୟୁରୋ : ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ସେଠାରେ ହିଁ ପ୍ରାଣ ହରାଇଥିବା ଓଡିଆ ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀରକୁ କାଠମାଣ୍ଡୁ ଅଣାଯାଇଛି । ଉଦ୍ଧାରକାରୀ ସେର୍ପା ଦଳ ତାଙ୍କ ପାର୍ଥିବ ଶରୀରକୁ ଲୁକଲା ଆଣିବା ପରେ ବିମାନରେ ଏହାକୁ କାଠମାଣ୍ଡୁ ଅଣାଯାଇଛି । ଏବେ ଏହାକୁ ଟିଚିଂ ହସ୍ପିଟାଲର ଶବଗୃହରେ ରଖାଯାଇଛି । ସାଧାରଣ ପରିବେଶରେ ୧୫-୧୬ ଘଂଟା ରହିବା ପରେ ଆଜି ଶବ ବ୍ୟବଚ୍ଛେଦ କରାଯିବ ।

ଏହା ପରେ ଆନୁସଙ୍ଗିକ କାଗଜପତ୍ର କାମ ଶେଷ କରାହେବ । ତେଣୁ ଆସନ୍ତା ଜୁନ୍ ୧ ବା ୨ ତାରିଖରେ କଳ୍ପନା ଦାସଙ୍କ ମରଶରୀର ଓଡିଶା ଅଭିମୁଖେ ବାହାରିବା ସମ୍ଭାବନା ରହିଛି । ରାଜ୍ୟ ସରକାର କଳ୍ପନାଙ୍କୁ ମର ଶରୀରକୁ ଫେରାଇ ଆଣିବା ପାଇଁ ତତ୍ପରତା ଦେଖାଇ ସ୍ୱତନ୍ତ୍ର ଟିମ୍ ଓଡିଶାରୁ ପଠାଇଥିବା ବେଳେ ଏଭରେଷ୍ଟରୁ ମରଶରୀର ଆଣିବା ପାଇଁ ୧୦ ଜଣିଆ ସେର୍ପା ଟିମ୍ଙ୍କୁ ନିଯୁକ୍ତ କରିଥିଲେ ।