ଲୋକସଭା ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର : ସକାଳ ୧୧ଟା ସୁଦ୍ଧା ବିଜେଡ଼ି ୧୧ ଓ ବିଜେପି ୯ଟି ଆସନରେ ଆଗୁଆ 

865

କନକ ବ୍ୟୁରୋ : ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏବେ ପର୍ଯ୍ୟନ୍ତ ବିଜେପି ୧୧ଟିରେ ବିଜେପି ଓ ବିଜେଡ଼ି ୯ଟିଆସନରେ ଆଗୁଆ ରହିଛି ।

ସକାଳ ୧୧ଟା ସୁଦ୍ଧା କଳାହାଣ୍ଡି ଲୋକସଭାରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗୁଆ । ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ । ସୁନ୍ଦରଗଡ଼ରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗୁଆ । କେନ୍ଦୁଝର ଲୋକସଭାରେ ଅନନ୍ତ ନାଏକ ଆଗୁଆ । ଭଦ୍ରକରେ ଅଭିମନ୍ୟୁ ସେଠୀ ଆଗୁଆ । ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ ଆଗୁଆ । ଢ଼େଙ୍କାନାଳରେ ରୁଦ୍ର ନାରାୟଣ ପାଣି ଆଗୁଆ ।  କଟକ ଲୋକସଭା ଆସନରେ ପ୍ରକାଶ ମିଶ୍ର ଆଗୁଆ ।

ସେହିପରି କେନ୍ଦ୍ରାପଡ଼ାରେ ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗୁଆ । ଆସ୍କା ଲୋକସଭା ଆସନରେ ପ୍ରମିଳା ବିଶୋୟୀ ଆଗୁଆ । ନବରଙ୍ଗପୁର ଲୋକସଭାରେ ରମେଶ ମାଝୀ ଆଗୁଆ ।  ପୁରୀରେ ପୀନାକି ମିଶ୍ର ଆଗୁଆ । ବରଗଡ଼ ଲୋକସଭାରେ ପ୍ରସନ୍ନ ଆଚାର୍ଯ୍ୟ ଆଗୁଆ । ସମ୍ବଲପୁରରେ ନୀତିଶଙ୍କୁ ପଛରେ ପକାଇ ଆଗରେ ନଳିନୀ ପ୍ରଧାନ  । ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ ଆଗୁଆ । ଜଗତସିଂହପୁର ଲୋକସଭାରେ ରାଜଶ୍ରୀ ମଲ୍ଲିକ ଆଗୁଆ । ଯାଜପୁର ଲୋକସଭାରେ ଶର୍ମିଷ୍ଠା ସେଠୀ ଆଗୁଆ ।