ଜହ୍ନ ଅଭିଯାନର ଓଡ଼ିଶା କନେକ୍ସନ୍ : ଓଡ଼ିଶାରେ ନିର୍ମାଣ ହୋଇଥିଲା ଚନ୍ଦ୍ରାୟନ-୨ରେ ଲାଗିଥିବା କିଛି ଯନ୍ତ୍ରାଂଶ

50

କନକ ବ୍ୟୁରୋ : ଚନ୍ଦ୍ରଯାନ- ୨ ଅସଫଳ ହେଲା । ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ଉଚ୍ଚତାକୁ ନେଇଗଲା। ଯଦିଓ ଲ୍ୟାଣ୍ଡର ବିକ୍ରମ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଲାନାହିଁ, ତେବେ ଏହ ଅନ୍ତରୀକ୍ଷ କାର୍ୟ୍ୟକ୍ରମରେ ଭାରତର ଉଦ୍ୟମ ପାଣିରେ ପଡ଼ିନି । ମିଶନ୍ ମୁନ୍ ଅସଫଳ ହେବାପରେ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ ମିଡିଆକୁ କହିଥିଲେ ଯେ, ଚନ୍ଦ୍ରଯାନ ୨ ଅଭିଯାନରେ ୯୦ରୁ ୯୫ ପ୍ରତିଶତ ସଫଳତା ମିଳିଛି। ଯଦି ବିକ୍ରମ ଠିକ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଥାନ୍ତା ତାହାହେଲେ ଏହି ସଫଳତା ୧୦୦ ପ୍ରତିଶତ ହୋଇଥାନ୍ତା । ତେବେ ସବୁଠାରୁ ବଡ଼ କଥା ହେଲା ଭାରତର ଏହି ମିଶନରେ ଓଡ଼ିଶାର ବି ହାତ ରହିଛି ।

ଚନ୍ଦ୍ରାୟନ-୨ର ଓଡ଼ିଶା କନେକ୍ସନ୍ । ଭାରତର ଚନ୍ଦ୍ରଯାନ ମିଶନରେ ସାମିଲ ହୋଇଥିଲା ଓଡ଼ିଶା । ଚନ୍ଦ୍ରାୟନ -୨ ଲାଗିଥିବା କିଛି ଯନ୍ତ୍ରାଂଶ ଓଡ଼ିଶାରେ ନିର୍ମାଣ ହୋଇଥିଲା । ଏହି ଅନ୍ତରୀକ୍ଷ ଯାନକୁ ଉତକ୍ଷେପଣ ପାଇଁ ବ୍ୟବହାର ହୋଇଥିବା କ୍ରାଓଜେନିକ ରକେଟ ଜିଏସଏଲଭି- ଏକେ-୩ର କିଛି ଯନ୍ତ୍ରାଂଶ ଓଡିଶାରେ ନିର୍ମାଣ କରାଯାଇଥିଲା ।

ଭୁବନେଶ୍ୱରର ସିଟିଟିସିରେ ବ୍ୟବହାର ହେଉଥିବା ପ୍ରାୟ ୨୨ ପ୍ରକାର ଫୁଏଲ ଭଲ୍ବ ନିର୍ମାଣ ହୋଇଥିଲା ।କେବଳ ଏତିକି ନୁହେଁ ରୋଭର ପ୍ରଜ୍ଞାନରେ ଲାଗିଥିବା ‘ଲିମ୍ବସ୍’ ମଧ୍ୟ ସେଂଟ୍ରାଲ ଟୁଲ୍ସ ଆଣ୍ଡ ଟ୍ରେନିଂ ସେଂଟର ବା ସିଟିଟିସି ନିର୍ମାଣ କରିଥିଲା । ତେବେ ଏହି ଯନ୍ତ୍ରାଂଶ ନିର୍ମାଣ ପାଇଁ ମାର୍ଚ୍ଚ ୨୦୧୭ରୁ କାର୍ୟ୍ୟ କରୁଥିଲା ସିଟିଟିସି । ପ୍ରାୟ ୧୫୦ ଜଣ ଏଥିରେ ନିୟୋଜିତ ହୋଇଥିଲେ ।