ଓଡିଶା ଜିଲ୍ଲାପରିଷଦ ଆଇନ ସଂଶୋଧନ ମାମଲା ! ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ କଲେ ହାଇକୋର୍ଟ

56

କନକ ବ୍ୟୁରୋ : ଓଡିଶା ଜିଲ୍ଲାପରିଷଦ ଆଇନ ସଂଶୋଧନ ମାମଲାରେ ହାଇକୋର୍ଟଙ୍କ ନୋଟିସ । ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ କଲେ କୋର୍ଟ । ମାର୍ଚ୍ଚ ୮ ତାରିଖରେ ଜିଲ୍ଲାପରିଷଦ ଆଇନରେ ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା ପଂଚାୟତିରାଜ ବିଭାଗ । ଗୋପନୀୟ ଭାବରେ ନୁହେଁ, ଖୋଲାଖୋଲି ଭୋଟ ଦେବାକୁ ସଂଶୋଧନ ଅଣାଯାଇଥିଲା ।

ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନବେଳେ ଦଳୀୟ ଏଜେଂଟଙ୍କ ସାମ୍ନାରେ ଭୋଟ ଦେବାକୁ ନୂଆ ନିୟମ କରାଯାଇଥିଲା । ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନର ଠିକ ପୂର୍ବରୁ ଏଭଳି ସଂଶୋଧନ ଉପରେ ଆପତ୍ତି ଉଠାଇଥିଲା ରାଜ୍ୟ ବିଜେପି । ଏଥିସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି । ଆଗାମୀ ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।