କରୋନା ମୁକାବିଲା ପାଇଁ ଅପ୍ରେଲ୍ ୧୫ ଯାଏଁ ହାଇକୋର୍ଟ ବନ୍ଦ : ଭିସି କିମ୍ବା ଇମେଲ୍ ଜରିଆରେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ହେବ

Advertisment
କରୋନା ମୁକାବିଲା ପାଇଁ ଅପ୍ରେଲ୍ ୧୫ ଯାଏଁ ହାଇକୋର୍ଟ ବନ୍ଦ : ଭିସି କିମ୍ବା ଇମେଲ୍ ଜରିଆରେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ହେବ

http://utwa.in/

କନକ ବ୍ୟୁରୋ : କରୋନା ଭାଇରସ୍ ସଂକ୍ରମଣ ଏବଂ ଭାରତ ସରକାରଙ୍କ ୨୧ଦିନିଆ ଲକଡାଉନ ଘୋଷଣା ଯୋଗୁଁ ଆଜି ଠାରୁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ । ବୁଧବାର ଦିନ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଜାରି ଏକ ବିଜ୍ଞପ୍ତି ଜାରି କରିଛନ୍ତି । କୋଭିଡ୍-୧୯ଜନିତ ଆସନ୍ନ ବିପତ୍ତି ଏବଂ ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକଡାଉନ କରିବାକୁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ବିଚାର କରି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ୨୦୨୦ ମାର୍ଚ ୨୬ ରୁ ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ସ୍ଥିର କରାଯାଇଛି ।

୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ଅଟକାଇ ରଖାଯାଇ ନ ପାରିବା ଭଳି ମାମଲାଗୁଡ଼ିକୁ ଜରୁରୀଭିତ୍ତିରେ ଶୁଣାଣି କରାଯିବ । ଏଥିପାଇଁ ଜରୁରୀ ମାମଲାଗୁଡ଼ିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟ ମଧ୍ୟରେ ହାଇକୋର୍ଟ ଅଫିସ୍ ଇ-ମେଲ୍ drj.od-hc@gov.in ଜରିଆରେ ଡେପୁଟି ରେଜିଷ୍ଟାରଙ୍କ (ଜୁଡିସିଆଲ୍) ନିକଟରେ ଆଗତ କରିବାକୁ ପଡ଼ିବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe