କନକ ବ୍ୟୁରୋ : କରୋନା ଭାଇରସ୍ ସଂକ୍ରମଣ ଏବଂ ଭାରତ ସରକାରଙ୍କ ୨୧ଦିନିଆ ଲକଡାଉନ ଘୋଷଣା ଯୋଗୁଁ ଆଜି ଠାରୁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ । ବୁଧବାର ଦିନ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ଜାରି ଏକ ବିଜ୍ଞପ୍ତି ଜାରି କରିଛନ୍ତି । କୋଭିଡ୍-୧୯ଜନିତ ଆସନ୍ନ ବିପତ୍ତି ଏବଂ ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକଡାଉନ କରିବାକୁ ଭାରତ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ବିଚାର କରି ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ୨୦୨୦ ମାର୍ଚ ୨୬ ରୁ ୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ସ୍ଥିର କରାଯାଇଛି ।

Advertisment
୨୦୨୦ ଏପ୍ରିଲ୍ ୧୫ ତାରିଖ ଯାଏଁ ଅଟକାଇ ରଖାଯାଇ ନ ପାରିବା ଭଳି ମାମଲାଗୁଡ଼ିକୁ ଜରୁରୀଭିତ୍ତିରେ ଶୁଣାଣି କରାଯିବ । ଏଥିପାଇଁ ଜରୁରୀ ମାମଲାଗୁଡ଼ିକୁ ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟ ମଧ୍ୟରେ ହାଇକୋର୍ଟ ଅଫିସ୍ ଇ-ମେଲ୍ [email protected] ଜରିଆରେ ଡେପୁଟି ରେଜିଷ୍ଟାରଙ୍କ (ଜୁଡିସିଆଲ୍) ନିକଟରେ ଆଗତ କରିବାକୁ ପଡ଼ିବ ।