କରୋନା ମୁକାବିଲା ପାଇଁ ସବୁ ଜିଲ୍ଲାର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା : କୌଣସି ଔଷଧ ନଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ଉପରେ ଗୁରୁତ୍ୱ

241

କନକ ବ୍ୟୁରୋ : କରୋନା ଭୂତାଣୁର ମୁକାବିଲା ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଆଜି ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ । କରୋନା ଭୂତାଣୁ ନେଇ ସମସ୍ତ ଜିଲ୍ଲା ମେଡିକାଲରେ କିପରି ଭାବରେ ପ୍ରସ୍ତୁତି ସହ ସଜାଗ ରହିବ, ସେ ନେଇ ଆଲୋଚନା କରାଯାଇଛି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି, ଆଜି ସୁଦ୍ଧା ୧୨ଟି ଦେଶରୁ ୪ ହଜାର ୫୬୫ ପଜଟିଭ କେସ ଆସିଛି । କେବଳ ଚୀନରେ ୧୦୬ ଜଣ ମରିଛନ୍ତି । ୯୮ ପ୍ରତିଶତ କେସ ଚୀନରୁ ଆସିଛି ।

ଅଧିକାଂଶ ଉହାନ ସହରରୁ । ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରେ କେବଳ ଥଣ୍ଡା ଲକ୍ଷଣ ଦେଖାଯାଇଛି । ଏହାବ୍ୟତୀତ ଅଧିକ କିଛି ମିଳିଲାନାହିଁ । କୌଣସି ଓøଷଧ ନଥିବାରୁ ଏ ନେଇ ପ୍ରତିଷେଧମୂଳକ ଭାବେ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫେରନ୍ସି ମାଧ୍ୟମରେ କଥା ହୋଇଥିଲେ ।

ସେପଟେ ଚୀନରେ ଦେଖା ଦେଇଥିବା କରୋନା ଭୂତାଣୁ ସଂକ୍ରମଣରେ ଗଲାଣି ୧୦୬ ଜୀବନ । ପ୍ରାୟ ୨୮ ଶହରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଗତକାଲି କେବଳ ୧୩ ଶହ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ କେରାନା ଭାଇରସ ସନ୍ଦେହରେ ରାମମନହୋର ଲୋହିଆ ମେଡିକାଲରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି । ଭୟଙ୍କର ଭାବେ ବ୍ୟାପି ଚାଲିଥିବା ଏହି ଭୂତାଣୁର ସଂକ୍ରମଣକୁ ଦେଖି ଚିନ୍ତାରେ ପଡିଛନ୍ତି ଭାରତ ସରକାର ।