କରୋନା ସଂକ୍ରମଣ ପାଇଁ ଏସଆରସି ଜାରି କଲେ ଆଡଭାଇଜରି : କାର୍ଯ୍ୟାଳୟକୁ ପରିଷ୍କାର ଓ ସ୍ୱଛ ରଖିବାକୁ ପରାମର୍ଶ, ଥଣ୍ଡାରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଯିବାକୁ ବାରଣ

835

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ ଆଡଭାଇଜରି ଜାରି କଲେ ଏସଆରସି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯କୁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ଭାବେ ବର୍ଣ୍ଣନା କରିଛି । ଏହା ଧିରେ ଧିରେ ବିଶ୍ୱର ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ୱର ୭୫ଟି ଦେଶକୁ ଏହା ବ୍ୟାପିଛି । ଏସବୁକୁ ଆଖି ଆଗରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । କରୋନା କବଳରୁ ରକ୍ଷା ପାଇଁ ଆଡ଼ଭାଇଜରି ଜାରି କରିଛନ୍ତି ଏସଆରସି ।

ଆଜି ସୁଦ୍ଧା କରୋନା ପାଇଁ ଔଷଧ କିମ୍ବା ପ୍ରତିଷେଧକ ବାହାରି ନଥିବା ବେଳେ କାର୍ଯ୍ୟାଳୟ ଗୁଡ଼ିକରେ ସ୍ୱଚ୍ଛତା ରଖିବା ସହ ସାବଧାନତା ରଖିବାକୁ ଆଡଭାଇଜରି ଜାରି କରି କହିଛନ୍ତି ରାଜ୍ୟ ସରକାର ।  ଚଟାଣ, ଟେବୁଲ, ଡେସ୍କ. ଟେଲିଫୋନ, କିବୋର୍ଡ, ଭଲ ଭାବରେ ବିଶୋଧନ କରିବାକୁ କୁହାଯାଇଛି । ବିଶୋଧନ ପାଇଁ ୭୦ ପ୍ରତିଶତ ଆଲକହଲ ଯୁକ୍ତ ବିଶୋଧକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ କର୍ମଚାରୀମାନେ ଯଥେଷ୍ଟ ସତର୍କ ରହିବାକୁ କୁାହାଯାଉଛି ।

ବୟସ୍କ ଲୋକମାନେ କରୋନାରେ ଶିକାର ହେବାର ସମ୍ଭାବନା ଅଧିକ ବାରମ୍ବାର । ହାତ ଧୋଇ ସଫା ରଖିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଥଣ୍ଡାର ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଓଡ଼ିଶାରେ କରୋନା ସନ୍ଦିଗ୍ଧ ଚିହ୍ନଟ ହେବାପରେ ପରସ୍ପରକୁ ହାତ ମିଳାଇବା ଏବଂ ଆଲିଙ୍ଗନ ଠାରୁ ଯେତିକି ଦୂରେଇ ରଖିବେ ଭଲ ବୋଲି କୁହାଯାଇଛି । ଥଣ୍ଡାରେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବାକୁ ପରାର୍ଶ ଦିଆଯାଇଛି । ଅତି ଆବଶ୍ୟକ ନହେଲେ କର୍ମଚାରୀଙ୍କୁ କରୋନା ପ୍ରଭାବିତ ଦେଶଗୁଡିକୁ ପଠାଇବା ପାଇଁ ବାରଣ କରାଯାଇଛି ।