ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ! ମହଙ୍ଗା ଭତ୍ତା ୧ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

46

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ବୃଦ୍ଧି । ମହଙ୍ଗା ଭତ୍ତା ୧ ପ୍ରତିଶତ ବଢ଼ି ୪ରୁ ୫ପ୍ରତିଶତକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେହିଭଳି ପେନସନଭୋଗୀଙ୍କ ମଧ୍ୟ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପେନସନଭୋଗୀଙ୍କ ଭତା ୩ପ୍ରତିଶତକୁ ବୃଦ୍ଧି ହୋଇଛି । ଗତ ଜୁଲାଇ ୧ତାରିଖରୁ ପିଛିଲା ଭାବେ ମହଙ୍ଗା ଭତ୍ତା ମିଳିବ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ଯେଉଁ କର୍ମଚାରୀମାନେ ବର୍ଦ୍ଧିତ ପେନସନ ପାଉଛନ୍ତି, ସେମାନଙ୍କ ପାଇଁ ୧ପ୍ରତିଶତ ମହଙ୍ଗା ଭତ୍ତା ବଢିଛି । ସେମାନଙ୍କ ପାଇଁମୋଟ ମହଙ୍ଗା ଭତ୍ତା ୫ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଯେଉଁ କର୍ମଚାରୀମାନେ ବର୍ଦ୍ଧିତ ବେତନରୁ ବଂଚିତ ସେମାନେ ୩ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଏନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବୃଦ୍ଧି ଫଳରେ ରାଜ୍ୟ ରାଜକୋଷ ଉପରେ ବର୍ଷକୁ ପ୍ରାୟ ୨୪୦କୋଟି ଟଙ୍କାର ବୋଝ ପଡିବ । ଏଥିମଧ୍ୟରୁ କର୍ମଚାରୀଙ୍କ ବାବଦରେ ପ୍ରାୟ ୧୬୦କୋଟି ଓ ପେନସନଭୋଗୀଙ୍କ ପାଇଁ ପ୍ରାୟ ୮୦କୋଟି ଖର୍ଚ୍ଚ ହେବ ।