କନକ ବ୍ୟୁରୋ : କରୋନା କଟକଣା ପରେ ପୁଣି ଆରମ୍ଭ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଲଟ ବାତିଲ ହେଲା । ଗହଳି ପାଇଁ ଡିଏଲ ଓ ଏଲଏଲ ସ୍ଲଟ ବାତିଲ କରିଛନ୍ତି ସରକାର । ଏନେଇ ସାନି ବିଜ୍ଞପ୍ତି ଜାରି କରିବେ ରାଜ୍ୟ ସରକାର । ଡିଏଲ ପାଇଁ ଟେଷ୍ଟ ସମେତ ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି ଆରମ୍ଭ ହେବ ବୋଲି ଗତକାଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ । ହେଲେ ଆରଟିଓ ଅଫିସରେ ଗହଳି ଯୋଗୁଁ ବାତିଲ ନିଷ୍ପତି ନିଆଯାଇଛି ।
ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି, ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ଯ୍ୟନ୍ତ କାଏମ ରହିବ । ଯଦି କେହି ଆଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଛନ୍ତି, ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ଯ୍ୟନ୍ତ ବୈଧ ରହିବ । ଏହା ସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଆରଟିଓ ନ ଆସିବାକୁ ବିଭାଗର ପରାମର୍ଶ ଦେଇଛି ।
ସୂଚନା ମୁତାବକ, କରୋନା ଭାଇରସ୍ ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣି ଥରେ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲା ପରିବହନ ବିଭାଗ। ଆସନ୍ତା ୧୮ ତାରିଖରୁ ଡିଏଲ୍ ଟେଷ୍ଟ ହେବାକୁ ଥିବା ବେଳେ ୨୯ ତାରିଖରୁ ଏଲ୍ଏଲ୍ ଟେଷ୍ଟ ହେବା ନେଇ ପରିବହନ କମିସନର ସଂଜୀବ ପଣ୍ଡା ସୂଚନା ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/2-11.jpg)