ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ : ୧୭ ହଜାର ୮ ଶହ ୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ସୃଷ୍ଟି ହେବ ୬୫୩୯ ନିଯୁକ୍ତି

326

କନକ ବ୍ୟୁରୋ : ଓଡ଼ିଶା ଶିଳ୍ପ ପାଇଁ ବଡ଼ ଦିନ । ହାଇଲେବଲ କମିଟି ବୈଠକରେ ୩ଟି ବଡ଼ ପ୍ରକଳ୍ପ ସଂପ୍ରସାରଣକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୭ ହଜାର ୮ ଶହ ୩୩ କୋଟି ଟଙ୍କା ପୁଞ୍ଜିନିବେଶ ହେବା ସହ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ । ହିଣ୍ଡାଲକୋ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ହିଣ୍ଡାଲକୋରେ ନିଯୁକ୍ତି ପାଇବେ ୪୨୫୦ଜଣ । ସେହିପରି ଏନଟିପିସି ପାଇଁ ୮ ହଜାର କୋଟ ଟଙ୍କା ଓ ରୁଙ୍ଗଟା ପାଇଁ ପ୍ରାୟ ୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଓଡ଼ିଶାର ଯୁବକଯୁବତୀ କିପରି ଅଧିକରୁ ଅଧିକ ନିଯୁକ୍ତ ମିଳିବ, ସେନେଇ ରୂପରେଖ ପ୍ରସ୍ତୁତ ହୋଇଛି । ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।

ଏହାସହ ଶିଳ୍ପ ମନ୍ତ୍ରୀ କହିଛନ୍ତି, ନୀଳାଚଳ ଇସ୍ପାତ ସଂପ୍ରସାରଣ ନେଇ ପୂର୍ବରୁ ଆଲୋଚନା ହୋଇଥିଲା । ଏଥିପାଇଁ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ତେବେ, ଯିଏ ଏହାକୁ ଲାଭଦାୟକ କରିବା ସହ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରିବ ଓ ଏବଂ ସ୍ଥାନୀୟ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବ ତାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର ।