କରୋନା ପାଇଁ ସୀମା ସିଲ୍ : ଓଡିଶା-ଛତିଶଗଡ ସୀମା ସିଲ କଲା ଝାରୁସୁଗୁଡା ଜିଲ୍ଲା ପ୍ରଶାସନ, ବାହାର ରାଜ୍ୟର ଗାଡି ଯାତାୟତ ଉପରେ କଟକଣା

767

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାର ରାଜ୍ୟରୁ ଯାନବାହାନକୁ ରୋକିବା ସକାଶେ ପଦକ୍ଷେପ ଗ୍ରହଣ କରାଯାଇଛି । ଝାରୁସୁଗୁଡା ଜିଲ୍ଲାପାଳ ଓଡିଶା-ଛତିଶଗଡ ସୀମାକୁ ସିଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜାତୀୟ ରାଜପଥ ୪୯ ଉଭୟ ରାଜ୍ୟକୁ ସଂଯୋଗ କରୁଥିବାବେଳେ ସୀମାନ୍ତ ଅଂଚଳକୁ ସିଲ କରାଯାଇଛି । ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ସୀମା ସିଲ ରହିବ । କେବଳ ମାଲ ପରିବହନକୁ ବାଦ ଦେଲେ ଅନ୍ୟ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ ।

ବାହାର ରାଜ୍ୟର ଗାଡ଼ି ଭିତରେ ପ୍ରବେଶ ନକରିବା ଉପରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଗୁରୁତ୍ୱ ଦେଇଛନ୍ତି । ତେବେ ଉଭୟ ରାଜ୍ୟରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଉପରେ ସେହି କଟକଣା ଲାଗୁ ହେବ ନାହିଁ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ୍ ୧୪ ତାରିଖ ଯାଏଁ ଓଡ଼ିଶା-ଛତିଶଗଡ଼ ସୀମାକୁ ସିଲ୍ କରାଯାଇଥିବା ଜଣାଯାଇଛି ।

ସେପଟେ ମୁକାବିଲା କରିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦିନ ସକାଳ ୬ଟା ରୁ ଦିନ ୧୧ ଟା ପର୍ଯ୍ୟନ୍ତ ଅତି ଆବଶ୍ୟକୀୟ ଦୋକାନ ଖୋଲା ରହୁଛି । ଖିଲାପ କରେ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସୁଚନା ତାଗିଦ୍ କରିଛନ୍ତି ।