ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା ! ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହୋହଲ୍ଲା, ଗୃହ ୩ଟା ଯାଏ ମୁଲତବୀ

28

କନକ ବ୍ୟୁରୋ : ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲଗାତାର ଦ୍ୱିତୀୟ ଦିନ ଲାଗି ଚାଲିପାରିନାହିଁ ବିଧାନସଭାର ପ୍ରଶ୍ନକାଳ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ମହାନଦୀ ପ୍ରସଙ୍ଗନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ବାତିଲ କରି ମହାନଦୀ ପ୍ରସଙ୍ଗରେ ଆଲୋଚନା ଚାହୁଁଥିଲେ ବିରୋଧୀ । ଏ ନେଇ ସର୍ବଦଳୀୟ ବୈଠକ କିମ୍ବା ଗୃହକମିଟିି ବୈଠକ ଡାକିବାକୁ ଦାବି କରିଥିଲେ ବିରୋଧୀ । ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ସେପଟେ ଗୃହର ଗାରିମା ନଷ୍ଟ ପ୍ରତିବାଦରେ ଉପବାସ କରିବାକୁ ଅନୁମତି ଦେବାକୁ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ ଗତକାଲିବିଧାନସଭା ବଜେଟ ଅଧିବେଶନ ଦ୍ୱିତୀୟ ପର୍ୟ୍ୟାୟ ପ୍ରଥମ ଦିନରେ ଗୃହରେ ଧରିଥିଲା ମହାନଦୀ ତାତି । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଛତିଶଗଡ ନିର୍ମାଣ କାମ ବନ୍ଦ କରିବାକୁ ସଦସ୍ୟମାନେ ଦାବି କରିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ।