ବିଧାନସଭାରେ ଥମୁନି ଚାଷୀ ଝଡ ! ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଜି ବି ହୋଇପାରେ ହଟ୍ଟଗୋଳ

32

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଗୋଟିଏ ଦିନ ବି ସୁରୁଖୁରୁରେ ସମ୍ପାଦନ ହୋଇପାରିନାହିଁ । ବିଧାନସଭା ପରିଚାଳନା ଲାଗି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହେଉଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରତି କାର୍ଯ୍ୟ ଦିବସରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଙ୍ଗାମା ହୋଇଛି । ବାଚସ୍ପତି ଗୃହକୁ ବାରମ୍ବାର ମୁନତବୀ ଘୋଷଣା କରୁଛନ୍ତି ।

ଆଜି ବି ଉଠିପାରେ ସେହି ସମାନ ପ୍ରସଙ୍ଗ । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଓ ପଂଚାୟତ ନିର୍ବାଚନୀ ହିଂସା ପ୍ରସଙ୍ଗରେ ଗୃହରେ ହଙ୍ଗାମ କରିପାରନ୍ତି ବିରୋଧୀ । ତେବେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିଟି ଦାବି କରି ବିରୋଧୀ ସଦସ୍ୟ ଗୃହକୁ ଅଚଳ କରିବାର ସମ୍ଭାବନା ରହିଛି । ତେବେ ଏହାରି ଭିତରେ ଆଜିର ବିଧାନସଭାରେ ଯୋଜନା ଓ ସଂଯୋଜନା ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ।