କନକ ବ୍ୟୁରୋ : ପ୍ରବାସୀ ଓଡ଼ିଆଙ୍କ ଦୁଃଖ ସରିନି । ଓଡିଶା ମାଟିରେ କୌଣସି ପ୍ରବାସୀ ଓଡ଼ିଆ ଆଉ ଚାଲିଚାଲି ନିଜ ଭିଟାମାଟିକୁ ଆସିବେ ନାହିଁ । ଏଥିପାଇଁ ସରକାର ଏକ ନିର୍ଦେଶମା ଜାରି ପରେ ମଧ୍ୟ ଆଜି ଜଣେ ଯୁବକ ହାଇଦ୍ରାବାଦରୁ ଧୁ ଧୁ ଖରାରେ ନିଜ ଭିଟାମାଟି ଅଭିମୁଖେ ଆସୁଥିବାର ଦୃଶ୍ୟ ତୁମୁଡିବନ୍ଧରେ ଦେଖିବାକୁ ମିଳିଛି, ଯାହା ସରକାରଙ୍କ ନିର୍ଦେଶ ସତେ ଜେମିତି କାମ କରୁନଥିବା ଜଣା ପଡୁଛି । ଖରାରେ ମୁହଁରେ ଏକ ରୁମାଲ ଭିଡି ଏକା ଏକା ଚାଲିଚାଲି ୨୦ ଦିନ ହେବ ହାଇଦ୍ରାବାଦରୁ ଆସୁଛି ତା ଘର କ.ନୂଆଗାଁ ବ୍ଲକ ସାଇନପଡା ବାଲିପଦର ଗାଁରେ ଜଣା ପଡିଛି ।
ଏ ନେଇ ଆମେ ପ୍ରଶାସନକୁ ସୂଚନା ଦେବା ପରେ ସେହି ଯୁବକ ଜଣକୁ ବୁଦୁଲିପଦର ନିକଟରେ ପୁଲିସ ପହଞ୍ଚି କୃତ୍ତମଗଡ଼ ସଙ୍ଗରୋଧ କେନ୍ଦ୍ରରେ ଆଣି ରଖାଯାଇଛି । ଏହି ଯୁବକ ଜଣକ ନିଜକୁ ଅସୁସ୍ଥ ଥିବା ପ୍ରକାଶ କରୁଥିବା ବେଳେ ତାକୁ ଚିକିତ୍ସା କରିବା ପାଇଁ ଲୋକଙ୍କୁ କହୁଥିବା ବେଳେ ଲୋକେ ଭିଭିନ୍ନ ସ୍ଥାନରେ ଖାଇବାକୁ ଖାଦ୍ୟ ଓ ପାଣି ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ପୁଲିସ ଅଧିକାରୀ ବାବା ଶଙ୍କର ସରାଫ ତା ନିକଟରେ ପଂହଁଚି ତାର ସ୍ୱାସ୍ଥ୍ୟ ଓ ଖାଇବା ବିଷୟରେ ବୁଝି ବା ସହ କୌଣସି ବ୍ୟସ୍ତ ବିବ୍ରତ ନ ହେବା ପାଇଁ କହିଛି ତେବେ ଏ ନେଇ କୌଣସି ପ୍ରଶାସନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/0db0ce55-84b0-4418-88b6-3417d605baec-750x430.jpg)