କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି ଓଡିଆ ଛାତ୍ରଛାତ୍ରୀ । ବିଇଡି ପରୀକ୍ଷା ଦେବାକୁ ଯାଇ ବାଲେଶ୍ୱର ଜିଲ୍ଲା ବାଲିଆପାଳ, ସୋର, ଖନ୍ତାପଡା ଓ ସିମୁଳିଆ ଅଂଚଳର ୫୦ ଜଣ ପିଲା ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି । ବିଇଡି ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାର୍ଚ ୧୩ ତାରିଖରେ ଯାଇଥିଲେ । ସେମାନଙ୍କ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇ ୨୧ ତାରିଖରେ ଶେଷ ହୋଇଛି । ପିଲାମାନେ ୨୨ ତାରିଖରେ ଘରକୁ ଫେରିବା ପାଇଁ ଟ୍ରେନ ଟିକଟ କରିଥିଲେ । ମାତ୍ର ଲକ ଡାଉନ୍ ପାଇଁ ଟ୍ରେନ ବାତିଲ ହେବା ପରେ ୨୩ ତାରିଖରେ ପୁଣି ଟିକଟ କରିଥିଲେ । ତାହା ବି ବାତିଲ ହୋଇ ଯାଇଛି ।
ଆଉ ଏବେ ଟ୍ରେନ ଓ ବସ ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି । ସେପଟେ ପାଖରେ ପିଲାଙ୍କ ପାଖରେ ପଇସା ନଥିବା ବେଳେ ସାଥିରେ ନେଇଥିବା ଖାଦ୍ୟ ସାମଗ୍ରୀ ଶେଷ ହୋଇଯାଇଛି । ଫଳରେ ଦିନକୁ ଦିନ ସମସ୍ୟା ବିଗିଡିବାରେ ଲାଗିଛି । ଏହି ବିଇଡି ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ଗର୍ଭବତୀ ମହିଳା ଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/2-20.jpg)