ଓଡିଆ ସବସେ ବଢିଆ ! ମହାଶିବରାତ୍ରୀରେ ଓଡିଶାବାସୀଙ୍କୁ ସେହୱାଗଙ୍କ ଶୁଭେଚ୍ଛା

65

କନକ ବ୍ୟୁରୋ : ଓଡିଆ ସବସେ ବଢିଆ । ମହାଶିବରାତ୍ରୀରେ ଓଡିଶାବାସୀଙ୍କୁ ସେହୱାଗଙ୍କ ଶୁଭେଚ୍ଛା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଓଡିଶାକୁ ଗରିବଙ୍କ ରାଜ୍ୟ କହି ଜାତୀୟ ସ୍ତରରେ ଦୟନୀୟ ଚିତ୍ର ଉପସ୍ଥାପନ କରିଥିବା ବେଳେ ଅନ୍ୟପଟେ ଓଡିଆଙ୍କୁ ମନଖୋଲା ପ୍ରଶଂସା କରି ଏମିତି ଟ୍ୱିଟ୍ କରିଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ।

ପ୍ରଥିତ ମହାପାତ୍ର ନାମକ ଜଣେ ଓଡିଆ ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି ମହାଶିବରାତ୍ରୀ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ନଜଫଗଡର ନୱାବ । ଏହା ସହ ଓଡିଆ ସବୁଠୁ ବଢିଆ ବୋଲି ଟ୍ୱିଟ୍ କରି ଓଡିଶାବାସୀଙ୍କ ମନ ଜିତି ନେଇଛନ୍ତି ଏହି ବିସ୍ଫୋରକ ବ୍ୟାଟସମ୍ୟାନ୍ । ଓଡିଶାକୁ ଗରିବ ରାଜ୍ୟ କହି ମୋଦି ଏହାର ଛବି ଖରାପ କରିଥିବା ବେଳେ ସେହୱାଗଙ୍କ ପ୍ରଶଂସା ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇ ପାରିଛି ।