ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା ! ପ୍ରେମିକାକୁ ଦେଖାକରିବାକୁ ଗଲାବେଳେ ଦୁଇଜଣ ବାଇକ ଆରୋହୀ ଛୁରୀ ଭୁଷି ହତ୍ୟା କରିଥିବା ସୂଚନା

41

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା । ଭୁବନେଶ୍ୱରର ୨୮ ବର୍ଷ ବୟସ୍କ ସପ୍ଟଓୟାର ଇଞ୍ଜିନିୟର ପ୍ରଣୟ ମିଶ୍ର ବେଙ୍ଗାଲୁରୁର ଆସେନଚର କମ୍ପାନୀରେ କାମ କରୁଥିଲେ ।  ଗତାକଲି ତାଙ୍କୁ ଦୁଇଜଣ ବାଇକ ଆରୋହୀ ଦକ୍ଷିଣ ବେଙ୍ଗାଲୁରୁର ଏକ ଚକେଲେଟ୍ କାରଖାନା ନିକଟରେ ଛୁରି ଭୁଷି ହତ୍ୟା କରିଛନ୍ତି । ପ୍ରଣୟ ତାଙ୍କର ପ୍ରେମିକାଙ୍କୁ ଭେଟିବା ପାଇଁ ଗଲାବଳେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ପ୍ରଣୟ ବେଙ୍ଗାଲୁରୁରର ତାଭରେକେରରେ ରହୁଥିଲେ । ପୁଲିସ ସୂଚନା ଅନୁସାରେ ପ୍ରଣୟ ଗତ ରବିବାର ରାତିରେ ବନ୍ଧୁ ବଲବୀରଙ୍କ ବେଗୁରସ୍ଥିତ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କର ଜଣେ ବନ୍ଧୁ ତାଙ୍କୁ ପ୍ରାୟ ରାତି ୨ଟା ୪୫ ମିନିଟ୍ ସମୟରେ ଘରେ ଛାଡ଼ିଥିଲେ । ଏହା ପରେ ପ୍ରଣୟ ତାଙ୍କ ପ୍ରେମିକାଙ୍କୁ ଫୋନ କରି ଅଳ୍ପ ସମୟ ମଧ୍ୟରେ ସେ ତାଙ୍କୁ ଭେଟିବେ ବୋଲି କହିଥିଲେ ।

ପ୍ରଣୟ ତା’୩ରେ ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ହୋଣ୍ଡା ଆକ୍ଟିଭା ଗାଡ଼ି ଧରି ଚକୋଲେଟ୍ ଫ୍ରାକ୍ଟ୍ରି ପାଖରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କୁ ଦୁଇଜଣ ବାଇକ ଆରୋହୀ ତାଙ୍କ ପେଟ ଓ ବେକରେ ବାରମ୍ବାର ଛୁରୀ ମାରିଥିଲେ । ତେବେ ଦୁର୍ବୃତ୍ତଙ୍କ ଡାରୁ ରକ୍ଷା ପାଇବା ପାଇଁପ୍ରଣବ ଦୌଡ଼ିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡେଇ ଗୋଡେଇ ଛୁରିରେ ଆଘାତ କରିଥିଲେ । ଯେତେବେଳେ ପ୍ରଣୟ ତଳେ ପଡ଼ିଗଲେ ଦୁର୍ବୃତ୍ତମାନେ ମୋଟର ସାଇକେଲ ନେଇ ସେଠାରୁ ପଳାଇ ଯାଇଥିଲେ। ତେବେ ସେହି ସମୟରେ କେତେକ ଲୋକ ପ୍ରଣୟ ତଳେ ପଡ଼ିଥିବା ଦେଖି ତାଙ୍କୁ ସେଣ୍ଟ୍ ଜନ୍ସ ମେଡିକାଲ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ପ୍ରଣୟଙ୍କ ମୃତ୍ୟୁ ଘଟିସାରିଥିଲା । ତେବେ କୌଣସି ବ୍ୟକଗତ କାରଣରୁ ପ୍ରଣୟଙ୍କୁ ହତ୍ୟା କରାଯାଇଥିବାର ପୁଲିସ ସନ୍ଦେହ କରୁଛି ।  କାରଣ ଯେହେତୁ ପ୍ରଣୟଙ୍କ ପର୍ସ, ମୋବାଇଲ ଓ ହୋଣ୍ଡା ଆକ୍ଟିଭା ଗାଡ଼ି ସେହିପରି ସେଠାରେ ପଡ଼ିରହିଥିଲା । ତେବେ ହତ୍ୟକାରୀ ବିଷୟରେ ଜାଣିବା ପାଇଁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସଂଗ୍ରହ କରିଛି ପୁଲିସ ।

ଟ୍ରାଇଡ଼େଣ୍ଟ ଏକାଡ଼େମୀ ଅଫ ଟେକ୍ନାଲୋଜି, ଭୁବନେଶ୍ୱର କଲେଜରେ କମ୍ପ୍ୟୁଟର ସାଇନ୍ସରେ ବିଟେକ ଶେଷ କରିବା ପରେ ବେଙ୍ଗାଲୁରୁ ଯାଇଥିଲେ ପ୍ରଣୟ । ଏବଂ ସେଠାରେ ଚାକିରୀ କରିଥିଲେ । ବେଙ୍ଗାଲୁରୁରେ ପ୍ରଣୟଙ୍କ ଭଉଣୀ ପ୍ରାଚୀ ମିଶ୍ର ମଧ୍ୟ ରୁହନ୍ତି ଓ ସେ ମଧ୍ୟ ଜଣେ ଇଞ୍ଜିନିୟର । ପ୍ରାଚୀ ବିବାହ କରି ସେଠାରେ ତାଙ୍କ ସ୍ୱାମୀଙ୍କ ସହ ମରାଠାହାଲୀରେ ରୁହନ୍ତି । ପ୍ରାଚୀଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲସ କହିଛି ।

ସେଣ୍ଟ୍ ଜୋନ୍ସ ମେଡ଼ିକାଲ ହସପିଟାଲରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରବାର ଲୋକଙ୍କୁ ପ୍ରଣୟଙ୍କ ମୃତ ଶରୀର ହସ୍ତାନ୍ତର କରାଯାଇଛି । ପୋଲିସ ଅନୁସାରେ ପ୍ରଣୟଙ୍କ ପ୍ରେମିକା ମଧ୍ୟ ଭୁବନେଶ୍ୱରର । ସେ କହିଛନ୍ତି ଯେ ଭୁବନେଶ୍ୱରରେ ପ୍ରଣୟଙ୍କୁ ଭଲରେ ଚିହ୍ନି ନ ଥିଲେ । ବେଙ୍ଗାଲୁରୁ ଆସିବା ପରେ ହିଁ ଉଭୟେଙ୍କ ମଧ୍ୟରେ ବନ୍ଧୁତା ସୃ୍ଷ୍ଟି ହୋଇଥିଲା । ତେବେ ପ୍ରଣୟ ରାତି ୩ଟାରେ ତାଙ୍କୁ ଭେଟିବାକୁ ଆସୁଥିବା କଥା ସେ ଅନ୍ୟ କାହାକୁ କହିଛନ୍ତି ନାଁ ନାହିଁ ତାହା ତାଙ୍କୁ ପଚରାଯାଉଛି । ତେବେ ପଚରାଉଚରା ପାଇଁ ତାଙ୍କୁ ଆଉ ଥରେ ଡକାଯିବ ବୋଲି ପୁଲିସ କହିଛି ।