ଭାରତ ଓ ଓଡିଶାର ଲକଡାଉନ ନିଷ୍ପତ୍ତିକୁ ପ୍ରଶଂସା କଲେ ଆମେରିକାରେ କରୋନା ଚିକିତ୍ସା କରୁଥିବା ଓଡିଆ ଡାକ୍ତର: କହିଲେ,ତାଲାବନ୍ଦ ପାଇଁ ନିୟନ୍ତ୍ରଣ ରହିଛି ସ୍ଥିତି, ଆମେରିକାରେ ପରିସ୍ଥିତି ଖରାପ

4,509

କନକ ବ୍ୟୁରୋ : ଭାରତ ଓ ଓଡ଼ିଶାର ଲକଡାଉନକୁ ପ୍ରଶଂସା କରିଛନ୍ତି ଆମେରିକୀୟ ଡାକ୍ତର । ଆମେରିକାର ୟୁନିଭର୍ସିଟି ହସ୍ପିଟାଲ୍ସ କୋଭଲ୍ୟାଣ୍ଡ ମେଡିକାଲ ସେଂଟରରେ କରୋନା ଚିକିତ୍ସା ସହ ସମ୍ପୃକ୍ତ ଥିବା ଓଡ଼ିଆ ଡାକ୍ତର ବସନ୍ତ ମହାପାତ୍ର କହିଛନ୍ତି , ଲକଡାଉନ ଯୋଗୁଁ ଭାରତରେ ଓ ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରିତ କରାଯାଇପାରିଛି । ଏହାସହ ଏହି ଭୂତାଣୁ ସଂକ୍ରମଣକୁ ସାମାଜିକ ଦୂରତା ବଜାୟ ରଖି ରୋକାଯାଇପାରିବ ।

ତେଣୁ ଭାରତବାସୀ ଓ ଓଡ଼ିଶାବାସୀ ଲକଡାଉନରେ ସହାୟତା କରି ସାମାଜିକ ଦୂରତା ବଜାୟ ରଖନ୍ତୁ ଫଳରେ କରୋନା ଭୂତାଣୁ ସଂକ୍ରମଣକୁ କାବୁ କରନ୍ତୁ ବୋଲି ଡାକ୍ତର ବସନ୍ତ ମହାପାତ୍ର କହିଛନ୍ତି । ଏହାସହ ଆମେରିକା ପରି ଧନଶାଳୀ ଦେଶ ଏହି ଭୂତାଣୁ ସଂକ୍ରମଣ ରୋକିବାରେ ବିଫଳ ହୋଇଥିବା ବେଳେ ଉତ୍କୃଷ୍ଟ ଚିକିତ୍ସା ସେବା ସତ୍ୱେ ୧୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏପରିକି ଚିକିତ୍ସାରେ ଥିବା ଡାକ୍ତର ଓ ନର୍ସଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍ ନଥିବା ବେଳେ ମାସକ ମଧ୍ୟରେ ଏଡା ଉପଲବ୍ଧ ହେବ ବୋଲି ଡାକ୍ତର ବସନ୍ତ ମହାପାତ୍ର କହିଛନ୍ତି ।