କନକ ବ୍ୟୁରୋ : ଦେଶରେ ବର୍ତ୍ତମାନ ନୂତନ ଟ୍ରାଫିକ୍ ନିୟମ ଓ ଜରିମାନାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବାହନ ଚାଳକମାନଙ୍କୁ ସେମାନଙ୍କ ବାହାନର ବୀମା ପ୍ରିମିୟମରେ ରିହାତି ମିଳିବ । ଭାରତୀୟ ବୀମା ନିୟାମକ ପ୍ରାଧିକରଣର କମିଟି ଚାଲାଣକୁ ଇନସୁରେନ୍ସ ପ୍ରିମିୟମ ସହିତ ଯୋଡ଼ିବା ରଣନୀତି ଉପରେ କାର୍ଯ୍ୟ କରୁଛି । ସୂତ୍ର ଅନୁସାରେ କମିଟି ସୁପାରିସ ପ୍ରସ୍ତୁତ କରୁଛି ଯାହାଦ୍ବାରା ବାହାନ ଚାଳକମାନଙ୍କୁ ଏହି ସୁବିଧା ମିଳିପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭୂମିକମ୍ପ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷତି ପାଇଁ ବୀମା କ୍ଲେମ୍ କରାଯାଇ ପାରିବ । ବୀମା ନିୟାମକ ଦ୍ବାରା ନିୟମ ଗୁଡ଼ିକର ପରିବର୍ତ୍ତନ କରାଯାଇ କମ୍ପାନିମାନଙ୍କୁ ଅଲଗା ରୂପେ ବୀମା ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛି । ୧ ସେପ୍ଟେମ୍ବର ୨୦୧୯ରେ ଲାଗୁ ନିୟମ ପରେ ଗ୍ରାହକମାନେ ଅନ୍ ଡ୍ୟାମେଜ୍ ବୀମା କରାଇବା ରାସ୍ତା ସହଜ ହୋଇଯାଇଛି । ଭାରତୀୟ ବୀମା ନିୟାମକ ପ୍ରାଧିକରଣ ଦ୍ବାରା ପୂର୍ବ ଆଦେଶକୁ ପରିବର୍ତ୍ତନ କରି ଗ୍ରାହକମାନଙ୍କୁ ଏକ ମୁକ୍ତ ବୀମା ପଲିସି କିଣିବା ପାଇଁ ରିହାତି ଦେଇଛି ।