ନୟାଗଡ ମୁଖ୍ୟ ଡାକ୍ତରଖାନାରେ ନର୍ସଙ୍କ ଦେହରେ କରୋନା ଭୂତାଣୁ : ସେପଟେ ଆଜି ରାଜ୍ୟରେ ୯୦ ନୂଆ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୨୫ଆକ୍ରାନ୍ତ ଚିହ୍ନଟ

673

କନକ ବ୍ୟୁରୋ : ନୟାଗଡରେ ଜଣେ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ନୟାଗଡ ମୁଖ୍ୟ ଡାକ୍ତରଖାନାରେ ଜଣେ ନର୍ସଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେପଟେ ଆଜି ରାଜ୍ୟରେ ୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ୱାରେନଟିନ ସେଂଟରର ହୋଇଥିବା ବେଳେ ୧୧ ଜଣ ସ୍ଥାନୀୟ ବାସିନ୍ଦାଙ୍କ ନମୂନା ପଜିଟିଭ ବାହାରିଛି । ଟୁଇଟ କରି ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୪୭୮ରେ ପହଂଚିଛି ।

ଖୋର୍ଦ୍ଧାରେ ସର୍ବାଧିକ ୨୫, ଗଂଜାମରେ ୨୨, ଢେଙ୍କାନାଳରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୯, ନୟାଗଡରୁ ୭ ଜଣ ଏବଂ ସୁନ୍ଦରଗଡ ଓ କଟକରୁ ୫ ଜଣ ଲେଖାଏଁ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୁରୀରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ, ବାଲେଶ୍ୱର, କଳାହାଣ୍ଡି ଓ ବରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧ହଜାର ୫୩ଟି ସକ୍ରୀୟ ମାମଲା ଥିବା ବେଳେ ୧ହଜାର ୪୧୬ଜଣ ସୁସ୍ଥ ହୋଇଛନ୍ତି ।