କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟ ଆଗରେ କରୋନା ଯୋଦ୍ଧାଙ୍କ ଧାରଣା : ଭାଇରସ୍ ମୁକାବିଲା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିଲେ ୫୫ ଜଣ ନର୍ସ, ଦୁଇ ମାସର ଦରମା ନଦେଇ ଛଟେଇ କରିଥିବା ଅଭିଯୋଗ

412

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ନିଯୁକ୍ତି ଦେଲେ, ୨ ମାସର ଦରମା ନ ଦେଇ ଛଟେଇ କଲେ । ଏହାର ପ୍ରତିବାଦରେ କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ଛଟେଇ ହୋଇଥିବା ନର୍ସମାନେ । କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ୫୫ ଜଣ ନର୍ସଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ଦେଇଥିଲେ । କିନ୍ତୁ ୨ମାସ ପରେ ସେମାନଙ୍କୁ ବେତନ ନ ଦେଇ ଛଟେଇ କରି ଦିଆଯାଇଛି ।

ଏହାକୁ ବିରୋଧ କରି ଗୁରୁବାର ଏସପିଙ୍କୁ ସାକ୍ଷାତ କରିବା ପାଇଁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଆଗରେ ୫୫ ଜଣ ନର୍ସ ଜଗିରହିଥିଲେ ମଧ୍ୟ ଭେଟି ପାରିନଥିଲେ । ଦୁଇ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ନର୍ସମାନେ ସାକ୍ଷାତ କରିପାରିନଥିଲେ । ତେବେ ସେଠାରେ ଥିବା ଆଇଆଇସି ନର୍ସମାନଙ୍କୁ ଗାଳି ଗୁଲଜ କରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ନ ଆସିବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି ।