ନୂଆଖାଇ ପାଇଁ ନୂଆ ପ୍ରସ୍ତୁତି : ବଣପାହାଡ଼ ଆଉ ଧାନ କ୍ଷେତରେ ଚାଲିଛି ନୃତ୍ୟ ଅଭ୍ୟାସ

291

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଚାଷୀଭିତ୍ତିକ ଗଣପର୍ବ ନୂଆଖାଇ ପାଁଇ ସାରା ପଶ୍ଚିମ ଓଡିଶାରେ ଚଳଚଞ୍ଚଳ ଦେଖାଦେଇଥିବା ବେଲେ ଯିଏ ଯାହାର ନିଜ କାମରେ ଲାଗିପଡିଛନ୍ତି ପୁରା ପଶ୍ଚିମ ଓଡିଶା ବାସୀ । ଠିକ ସେମିତିକା କଳାକାର ମାନେ ମଧ୍ୟ ନୂଆଖାଇ ଭେଟଘାଟ ପାଇଁ ବେସ ନିଜ ନିଜ ପ୍ରସ୍ତୁତି ପାଇଁ ଲାଗିପଡିଛନ୍ତି । ଏ ବର୍ଷ ଏକ ନିଆଁରା ଧୁମଧାମରେ ନୂଆଁଖାଇ ଭେଟଘାଟ ପଶ୍ଚିମ ଓଡିଶା ବାସୀ ତଥା ଓଡିଶା ବାହାରେ ଥିବା ପ୍ରବାସୀ ସମ୍ବଲପୁରିଆ ଲୋକ ମାନଙ୍କୁ ଭେଟି ଦେବାକୁ ପ୍ରସ୍ତୁତ ପାଁଇ ଲାଗି ପଡିଛନ୍ତି ।

ନୂଆଖାଇ ପ୍ରସ୍ତୁତିରେ ବ୍ୟସ୍ତ ପଶ୍ଚିମ ଓଡିଶା । ନୂଆଖାଇକୁ ନିଆରା ଢଙ୍ଗରେ କରିବା ପାଇଁ ନିଆରା ପ୍ରସ୍ତୁତି ଆରମ୍ଭ କରିଛନ୍ତି ପଶ୍ଚିମ ଓଡିଶାର କଳାକାର । ପ୍ରତିବର୍ଷ ପରି ଏ ବର୍ଷ ବି ମା ପାଟଣେଶ୍ୱରୀ, ସମ୍ବଲେଶ୍ୱରୀ, ଦଶମତି ଦେବୀଙ୍କୁ ପୁଜାର୍ଚ୍ଚନା କରି ନାଚଗୀତ ପ୍ରସ୍ତୁତ କରିବାରେ ବ୍ୟସ୍ତ କଳାକାର । ନୁଆଖାଇ କ’ଣ? ନୁଆଖାଇରେ କିଭଳି ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଏ? ପଶ୍ଚିମଓଡିଶାବାସୀ କିଭଳି ଏକଜୁଟ ହୋଇ ନୁଆ ଖାଇବା ସହ ଗୁରୁଜନଙ୍କୁ ଜୁହାର କରିଥାନ୍ତି? ଏସବୁକୁ ନାଚ ଗୀତ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି ସାତ କୁଆରି କଳାପରିଷଦ ପାଟଣାଗଡର କଲାକାର ।

ବଣ, ପାହାଡ, ବିଲ, ବାଡି, ଧାନକ୍ଷେତକୁ ସଦ୍ୟରୁପ ଦେବାକୁ ପ୍ରସ୍ତୁତ କରୁଛନ୍ତି ସାତ କୁଆରି କଳାପରିଷଦ ପାଟଣାଗଡର କଲାକାର ମାନେ । ସାତକୁଆଁରି କଳାପରିଷଦର କଳାକାରମାନଙ୍କ ନୂଆଖାଇ ପାଇଁ ନୂଆ ଗୀତ, ନୂଆ ବାଦ୍ୟ ପ୍ରସ୍ତୁତ କରାଯାଇଥିବା ବେଳେ କୋରିଓଗ୍ରାଫି କରୁଛନ୍ତି ସମ୍ବଲପୁରୀ ଫୋକ ଉପରେ ରିସର୍ଚ୍ଚ କରୁଥିବା ରେସ୍ମାରାଣୀ ଦାସ । କଲାକାରମାନେ ପ୍ରଥମେ ପାଟଣାଗଡରେ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ନିଆରା ରଙ୍ଗରେ କରିବା ପରେ ଭୁବନେଶ୍ୱର, ହାଇଦ୍ରାବାଦ ସମେତ ରାଜ୍ୟ ବାହାରେ ଅନେକ ସ୍ଥାନରେ କଳାପ୍ରଦର୍ଶନ କରିଥାନ୍ତି । କଳା ପ୍ରସ୍ତୁତି ଦିନଠାରୁ ନୂଆଖାଇର ବାସ୍ନା ବାରି ହୁଏ ବୋଲି କୁହନ୍ତି, କଳାକାର । ନୂଆଖାଇ ଭେଟଘାଟ ପଶ୍ଚିମ ଓଡିଶାରେ ବେସ ମନୋରଞ୍ଜନ ସମୟ । ତେଣୁ ଏହି କଳାକାର ମାନେ ନିଜଶ୍ୱ ଖର୍ଚ୍ଚରେ ଭେଟଘାଟ କରି ଲୋକଙ୍କୁ ନୁଆଖାଇର ନୁଆଁବାର୍ତା ଦେବା ସହ ପରମ୍ପରାକୁ ଗୀତ ନାଚ ମାଧ୍ୟମରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ।