କନକ ବ୍ୟୁରୋ : ଭାରତ ସହ ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିବା ପାକିସ୍ତନକୁ ମହଙ୍ଗା ପଡ଼ିଛି । ଜମ୍ମୁ-କାଶ୍ମୀରରୁ ମୋଦି ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ରାଗରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ । ଗୋଟିକ ପରେ ଗୋଟିଏ ଭାରତ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛି । ଗୋଟିଏ ପଟେ ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ସହ ଉଭୟ ଦେଶ ମଧ୍ୟରେ ହେଉଥିବା ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରିଛି । ହେଲେ ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ପଡ଼ୋଶୀ ଦେଶ ପାଇଁ ଓଲଟା ପଡ଼ିଯାଇଛି । ପାକିସ୍ତାନରେ ଟମାଟୋ ଦର ଏବେ ଆକାଶଛୁଆଁ ।
ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି ଇମ୍ରାନ୍ ସରକାର । ଜମ୍ମୁ –କଶ୍ମୀରରେ ଭାରତ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିିରେ ପାକସ୍ତାନ ଏପରି ହାତଶ ହୋଇଛି ଯେ ଭାରତକୁ ଆର୍ଥିକ ଓ ସାମରିକ ସ୍ତରରେ କ୍ଷତି ପହଞ୍ଚାଇବେ ପାଇଁ ଚେଷ୍ଟା କରୁଛି । ଆଉ ସେଥିପାଇଁ ପାଇଁ ଗୋଟିଏ ପରେ ଗୋଟିଏ ଭୁଲ ନିଷ୍ପତି ନେବାରେ ଲାଗିଛି । ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ରୋକ ଲାଗିବା ପରେ ପାକିସ୍ତାନରେ ଟମାଟୋ କିଲୋ ଏବେ ୩୦୦ ଟଙ୍କା । ଅଚାନକ ଟାମଟୋ ଦର ବୃଦ୍ଧି ପରେ ଚିନ୍ତାରେ ପାକିସ୍ତାନବାସୀ ।
ପୂର୍ବରୁ ଦେବାଳିଆ ଅବସ୍ଥାରେ ଥିବା ପାକ୍ ନିଜର ବାଚାଳପଣ ପାଇଁ ଆହୁରି କାଙ୍ଗାଳ ହେବା ଅବସ୍ଥାରେ । ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ସହ କାରବାର ବନ୍ଦ କରିବା ପରେ ଏହାର ସିଧା ପ୍ରଭାବ ପାକ୍ ସାଧାରଣ ଜନତାଙ୍କ ଉପରେ ପଡ଼ିଛି । ପୂର୍ବରୁ ଭାରତରୁ ପନିପରିବା ସମେତ ସବୁଠାରୁ ଅଧିକ ଟମାଟୋ ପାକିସ୍ତାନକୁ ରପ୍ତାନୀ ହେଉଥିଲା । ହେଲେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ ପରେ ପାକିସ୍ତାନକୁ ଟମାଟୋ ରପ୍ତାନୀ ବନ୍ଦ ରହିଛି । ଯଦ୍ୱାରା ପଡ଼ୋଶୀ ଦେଶରେ ଟମାଟୋ ଦର ଆକଶଛୁଆଁ ହୋଇଛି ।
ଗୋଟିଏ ପଟେ କାଶ୍ମୀରରୁ ୩୭୦ ହଟାଇବା ନିଜସ୍ୱ ମାମଲା ବୋଲି ସ୍ପଷ୍ଟ କରିଛନ୍ତି ଭାରତ ସରକାର । ହେଲେ ବିଳିବିଳେଇ ହେଉଥିବା ପାକିସ୍ତାନ କାଶ୍ମୀରକୁ ଅନ୍ତରାଷ୍ଟ୍ରୀୟ ମୁଦ୍ଦା କରିବାକୁ ଅପଚେଷ୍ଟା କରୁଛି । ଏମାମଲାରେ ଅନ୍ୟ ଦେଶ ପାଇଁ ମୁଣ୍ଡ ପୁରାଇବା ପାଇଁ ମନାକରିଦେଲେ ମଧ୍ୟ ଇମ୍ରାନ ସରକାର ସହି ପାରୁନାହାନ୍ତି । ।