ସଚେତନତା ପାଇଁ ସରକାରଙ୍କ ଅଭିନବ ପଦକ୍ଷେପ ! ଏବେ ଭଲ ଓ ଅଶାଳୀନ ସ୍ପର୍ଶ ବିଷୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

117

ପିଲାମାନେ ଏବେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ସ୍କୁଲରେ ପାଠ ପଢ଼ିବେ । ଏପ୍ରସଙ୍ଗରେ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ହୋଇଛି ଏକ ଭିଡ଼ିଓ । ଭଲ ଓ ଖରାପ ସ୍ପର୍ଶ ଉପରେ ଆଧାରିତ ଏହି ଭିଡ଼ିଓ ଏବେ ସ୍କୁଲରେ ପିଲାମାନଙ୍କୁ ଦେଖାଯିବ । ଯାହାଦ୍ୱାରା ଛୋଟ ଛୋଟ ପିଲମାନେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଅବଗତ ହୋଇପାରିବେ । ସରକାର ସ୍କୁଲରେ ଛୋଟ ଛୋଟ ପିଲାଙ୍କୁ ସଚେତନ କରିବା ପାଇଁ ଏପରି ପଦକ୍ଷେପ ନେଉଥିବା ସୂଚନା । ଯଦି କେହି ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ପାଇଁ ଚେଷ୍ଟା କରେ ସେମାନେ ସଙ୍ଗେ ସଙ୍ଗେ ବାପା, ମା କିମ୍ବା ଶିକ୍ଷକଙ୍କୁ ଜଣାଇପାରିବେ ।

ଏଇଠି କହି ରଖୁଛୁ ବଲିଉଡ଼ ଅଭିନେତା ଆମୀର ଖାନ୍ ‘ସତ୍ୟମେବ ଜୟତେ’ କାର୍ଯ୍ୟକ୍ରମରେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ଖରାପ ତଥା ଅଶାଳୀନ ସ୍ପର୍ଶ ପ୍ରତି ସଚେତନ କରାଇବା ପାଇଁ ଅପିଲ କରିଥିଲେ । ତେବେ ଏନେଇ ବାପା, ମା’ ମଧ୍ୟ ସଚେତନ ରହିବା ଜରୁରୀ । କିନ୍ତୁ ଏବେ ଦେଖିବା ମିଳୁଛି ବାପାମା’ମାନେ ପିଲାଙ୍କ ଅପେକ୍ଷା ଅଧିକ ସମୟ ମୋବାଇଲେ ସହ ବିତାଉଛନ୍ତି । ଯାହାଦ୍ୱାରା ପିଲାମାନେ ମନ ଖୋଲି କଥା ହୋଇପାରୁ ନାହାନ୍ତି ।

ଏବେ ସ୍କୁଲ, ଘରେ କିମ୍ବା ବାହାରେ ଛୋଟ ଛୋଟ ପିଲାଙ୍କ ସହ କୁକର୍ମ ମାମଲା ବଢ଼ିବାରେ ଲାଗିଛି । ତେବେ ଏହା କେବଳ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିିତ୍ୱ ନୁହେଁ । ଅଭିଭାବକମାନେ ମଧ୍ୟ ଏନେଇ ସଚେତନ ରହିବା ଉଚିତ୍ । ଛୋଟ ଛୋଟ ପିଲାଙ୍କୁ ଯଦି ଘରୁ ବାହାରକୁ ପଠାଉଛନ୍ତି, ତେବେ ଅଭିଭାବକମାନେ ଏବିଷୟରେ ତାଙ୍କୁ ଉଚିତ ଶିକ୍ଷା ଦେବା ଉଚିିତ୍ । ତେବେ ତଥ୍ୟ ଅନୁସାରେ ବହୁତ କମ୍ ବହୁତ କମ ଲୋକ ହòó ଏପରି କରନ୍ତି । ଭଲ ସ୍ପର୍ଶ ଓ ଅଶାଳୀନ ସ୍ପର୍ଶ ସମ୍ମନ୍ଧରେ ସରକାର ଖୁବ ଶୀଘ୍ର ରାଜ୍ୟ, ସିବିଏସଇ ସମେତ ଶିକ୍ଷା ବୋର୍ଡ଼କୁ ମଧ୍ୟ ଆଡ଼ଭାଇଜରି ପଠାଇବେ ଯାହା ପରେ ଲାଗୁ ହେବ ।

ହିନ୍ଦୀ ଓ ଇରାଜୀରେ ଦେଖାଯିବ ୧୦ ମିନିଟର ଭିଡ଼ିଓ –
ପିଲାଙ୍କୁ ସେଚତନ କରିବା ପାଇଁ ଏକ ଭିଡ଼ିଓ ତିଆରି ହୋଇଛି । ଯେଉଁଠି ଏକ ୯ ବର୍ଷର କୁନି ଝିଅକୁ ବାପାଙ୍କ ସାଙ୍ଗ ଖେଳ ଖେଳରେ ଅଶାଳୀନ ଢ଼ଙ୍ଗରେ ଛୁଅଁନ୍ତି । ଏନେଇ କୁନି ଝିଅ ମନରେ ମାନସିକ ଆଘାତ ଲାଗେ କିନ୍ତୁ ସେ ଚୁପ ରୁହେ । ସବୁବେଳେ ହସଖୁସିରେ ରହୁଥିବା ଝିଅଟି କ୍ଲାସରେ ଏକୁଟିଆ ରହୁଥିବା ଦେଖି ଶିକ୍ଷକଙ୍କୁ ସନ୍ଦେହ ହୁଏ । ତା’ପର ଶିକ୍ଷକ ଏନେଇ କୁନି ଝିଅର ମା’ଙ୍କୁ ଜଣାନ୍ତି । ମା’ଙ୍କ ଠାରୁ ସାହସ ପାଇ ପରେ କୁନି ଝିଅଟି ସବୁ କଥା କହେ । ବାପା କିନ୍ତୁ ସମାଜ ଭୟରେ କାହାକୁ କିଛି ନକହି ଚୁପ ରହିବା ପାଇଁ କୁହନ୍ତି । କିନ୍ତିୁ ପରେ ଝିଅ ପାଇଁ ପୁଲିସରେ ଅଭିଯୋଗ କରନ୍ତି । ତେବେ ଏନସିଆରଟି ୧୦ ମିନିଟର ଏହି ଭିଡ଼ିଓକୁ ହିନ୍ଦୀ ଓ ଇରାଜୀ ଭାଷାରେ ଭିଡ଼ିଓ ପ୍ରସ୍ତତୁ କରିଛିି । ଏହି କାହାଣୀ ସହ ଜଣେ ପୁଅ ଜଣେ ଝିଅକୁ କେଉଁଠି ଛୁଇଁବା ଠିକ୍ ନୁହେଁ କିମ୍ବା ଝିଅଙ୍କ କେଉଁଁ ଅଙ୍ଗକୁ ଛୁଇଁବା ଭୁଲ ସେ ବିଷୟରେ ସୂଚନା ଦିଆଯାଇଛି ।