ଅଧିକ ବିଜୁଳି ବିଲକୁ ନେଇ ଚିନ୍ତିତ କି ? ଏବେଠାରୁ ୬୦ ପ୍ରତିଶତ କମ୍ ହୋଇପାରେ ବିଲ୍
ଅଧିକ ବିଜୁଳି ବିଲ୍ ଦେଇ ହଇରାଣ ହେଉଥିବା ଲୋକଙ୍କ ପାଇଁ ବଡ଼ ଖବର । ଖୁବଶୀଘ୍ର ସୋଲାର ଡିସି ଜ୍ଞାନକୌଶଳ ଯୋଗୁଁ ଲୋକେ ସୁବିଧା ପାଇବେ । ଏହାଦ୍ୱାରା ଅଧିକ ବିଦ୍ୟୁତ ବିଲ ଦେଉଥିବା ଲୋକମାନେ ଚିନ୍ତାରୁ ମୁକ୍ତି ପାଇପାରନ୍ତି । ସୋଲାର ଡିସି ଜ୍ଞାନକୌଶଳ ବିକଶିତ ହେଲେ ବିଦ୍ୟୁତ ବିଲ ୬୦ ପ୍ରତିଶତ କମ୍ ହୋଇଯିବ । ଆଇଆଇଟି ମାଦ୍ରାସ ରିପୋର୍ଟ ଅନୁସାରେ, ଖୁବ ଶୀଘ୍ର ଏହାର ଉଦ୍ୟୋଗୀ ଉତ୍ପାଦନ ଆରମ୍ଭ ହେବ । ବର୍ତ୍ତମାନ ଏହି ଜ୍ଞାନକୌଶଳ ପାଇଁ ରାଜସ୍ଥାନ ଓ ଆସାମର ପାଖାପାଖି ୧୦ ହଜାର ଲୋକଙ୍କ ଘରେ ଜଳୁଛି ଆଲୁଅ । ଏହାର ବିକାଶ ପାଇଁ କେତେକ କମ୍ପାନୀ କାମ ମଧ୍ୟ ଆରମ୍ଭ କରିଦେଲେଣି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇଆଇଟି ମାଦ୍ରାସାର ବର୍ଷ ବର୍ଷର କଠିନ ପରିଶ୍ରମ ପରେ ବିଦ୍ୟୁତ ଖର୍ଚ୍ଚ କମ୍ କରୁଥିବା ସୋଲାର ଡିସି ଜ୍ଞାନକୌଶଳର ବିକାଶ ସମ୍ଭବ ହୋଇପାରିଛି । ଏହି ଜ୍ଞାନକୌଶଳ ଅନୁସାରେ ସୋଲାର ପ୍ୟାନେଲକୁ ଡିସି (ଡାଇରେକ୍ଟ କରେଂଟ) ଜ୍ଞାନକୌଶଳ ଜରିଆରେ ଯୋଡ଼ାଯିବ । ଏହି ଜ୍ଞାନକୌଶଳ ଯୋଗୁଁ ସମସ୍ତ ଉପକରଣ ଯେପିର ବଲବ, ଟ୍ୟବୁଲାଇଟ୍, ପଙ୍ଖା ଆଦି ଡିସି ଜ୍ଞାନକୌଶଳର ହେବା ଦରକାର । ଅନେକ କମ୍ପାନୀ ଏହାର ବିକାଶ ପାଇଁ ମଧ୍ୟ କାମ ଆରମ୍ଭ କରିଦେଇଛନ୍ତି । ସୋଲାର ଡିସି ଜ୍ଞାନକୌଶଳ ବିକଶିତ କରୁଥିବା ମାଦ୍ରାସାର ଆଇଆଇଟି ଜଣେ ପ୍ରାଧ୍ୟାପକ କହିଛନ୍ତି, ଦୁଇ ବଖରା ଘର ପାଇଁ ଏକ କିଲୋୱାଟ ସୋଲାର ପ୍ୟାନଲ ହିଁ ଯଥେଷ୍ଟ । ସେହିପରି ୪ ବଖରା ଘର ପାଇଁ ଦୁଇ କିଲୋୱାଟ ପ୍ୟାନଲ ପର୍ଯ୍ୟାପ୍ତ । ଏଥିପାଇଁ ୮୦ ହଜାର ପାଖାପାଖି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ଟିଭି, ପଙ୍ଖା, ଫ୍ରିଜ, ଏସି, କମ୍ପ୍ୟୁଟର ଆଦି ସବୁ ଚାଲିବ ।
ସବୁଠାରୁ ଖାସ କଥା ହେଲା, ଏହି ଜ୍ଞାନକୌଶଳ ଭଳି ଏକ ଭିନ୍ନ ଇଲେକ୍ଟ୍ରି କନଭର୍ଟର ବି ବିକଶିତ କରାଯାଇଛି । ଏହାର ବ୍ୟବହାରରେ ୨୩୦ ଭୋଲ୍ଟର ଏସିକୁ ୪୮ ଭୋଲ୍ଟର ଡିସି କରେଂଟରେ ପରିଣତି କରିହେବ । ପ୍ରାଧ୍ୟାପକଙ୍କ କହିବାନୁସାରେ, ଏହି ଜ୍ଞାନକୌଶଳର ଉଦ୍ୟୋଗୀକରଣ ପାଇଁ ଦେଶର ବିଭିନ୍ନ ବୈଦୁତିକ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଖୁବ ଶୀଘ୍ର ଡିସି ଉପକରଣ ବଜାରରେ ଉପଲବ୍ଧ ହେବ । ମଧ୍ୟପ୍ରଦେଶ ସହ ଅନେକ ରାଜ୍ୟ ଏହାର ବିକଶିତ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରୋଫେସର ଝୁନଝୁନବାଲାଙ୍କ କହିବା ଅନୁଯାୟୀ, ଏହି ରାଜ୍ୟମାନେ ଆଇଆଇଟି ସହ ଯୋଗାଯୋଗ କରିସାରିଛନ୍ତି । ଅତୀ ଶିଘ୍ର ଏହି ଟେକ୍ନଲୋଜିର ସୁବିଧାକୁ ଲୋକମାନଙ୍କ ପାଖକୁ ଯୋଗାଇ ଦିଆଯିବ । ଆଗାମୀ ଦିନରେ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ଓଡିଶାର ଗୋଟିଏ ଗୋଟିଏ ଗାଁରେ ସି.ଏସ.ଆର ପାଣ୍ଠିର ସାହାଯ୍ୟରେ ଏହାର ବ୍ୟବହାର ହୋଇଛି ।