କନକ ବ୍ୟୁରୋ : ଆପ୍ ଟାର୍ଗେଟରେ ଓଡିଶା । ୨୦୧୯ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଆମ୍ ଆଦମୀ ପାର୍ଟି । ଆଜି ଆମ ଆଦମୀ ପାର୍ଟି ତରଫରୁ ବଲାଙ୍ଗୀରରେ ଚାଷୀ ସମାବେଶ କରାଯାଉଛି । ଆଉ ଏହି ସମାବେଶରେ ସାମିଲ ହେବା ପାଇଁ ଦିଲ୍ଲୀରୁ ଆସିଛନ୍ତି ଆପର ଦୁଇ ବରିଷ୍ଠ ନେତା ।
ବଲାଙ୍ଗୀରରେ ଚାଷୀ ସମାବେଶ ପରେ ବରଗଡରେ ମୃତ ଚାଷୀ ପରିବାରଙ୍କୁ ଭେଟିବାକୁ ଯିବେ ଦିଲ୍ଲୀ ଜଳସଂପଦ ମନ୍ତ୍ରୀ କପିଲ ମିଶ୍ରା ଓ ଆପର ରାଷ୍ଟ୍ରୀୟ ପ୍ରବକ୍ତା ରାଘବ ଚଢା । ଏହାସହ ଆଗାମୀ ନିର୍ବାଚନରେ ଦଳର ସାଙ୍ଗଠନିକ ସ୍ତରକୁ ଉନ୍ନତି କରାଯିବ ସେନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରାଯିବ ବୋଲି ଦୁଇ ନେତା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-28-07h27m54s756.png)