କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ ରିଟର୍ଣ୍ଣିଂ ଅଫିସରଙ୍କ ନୋଟିସ ! ନାମାଙ୍କନ ବେଳେ ଶୋଭାଯାତ୍ରା ପାଇଁ ଅନୁମତି ନେଇନଥିବା ଅଭିଯୋଗ

130

କନକ ବ୍ୟୁରୋ : ମାଲକାନଗିରିରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ମାଲକାନଗିରିର କଂଗ୍ରେସ ପ୍ରାର୍ଥୀ ମାଲା ମାଢୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରିଟର୍ଣ୍ଣି ଅଫିସର ଉପଜିଲ୍ଲାପାଳ । ନାମାଙ୍କନ ପତ୍ର ଦାଖଲ ସମୟରେ ଶୋଭାଯାତ୍ରାର ଅନୁମତି ନେଇନଥିବା ଅଭିଯୋଗ ହୋଇଛି ।

ସେପଟେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଗତକାଲି ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଥିବା ୧ଲକ୍ଷ ୬୫ହଜାର ୪୩୩ଟି ହୋର୍ଡିଂ, ପୋଷ୍ଟର ଆଦିକୁ ହଟାଯାଇଛି । ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍ ଭାବେ ଲାଗିଥିବା ୧୪ହଜାର ୧୮୧ଟି ହୋର୍ଡିଂ, ପୋଷ୍ଟରକୁ ମଧ୍ୟ ବାହାର କରାଯାଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଯାନବାହନର ଅପବ୍ୟବହାର ହେଉଥିବାରୁ ବିଭିନ୍ନ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ୨୦୭ଟି ମାମଲା ରୁଜୁ କରାଯାଇଛି ।