କନ୍ଧମାଳ ଲୋକସଭା ଆସନରେ ନୋଟା ଭୋଟ୍ : ପ୍ରାର୍ଥୀଙ୍କୁ ନା କହିଲେ ୧୩ ହଜାର ୨୫୩ ଭୋଟର

446

କନକ ବ୍ୟୁରୋ : କନ୍ଧମାଳ ଲୋକସଭା ଓ ଏହା ଅଧିନରେ ଯାଉଥିବା ଫୁଲବାଣୀ, ବାଲିଗୁଡା, ଘ.ଉଦୟଗିରି, ଭଂଜନଗର, ଦଶପଲ୍ଲା, ବୌଦ୍ଧ ଓ କଣ୍ଟାମାଳ ବିଧାନସଭା କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ନିର୍ବାଚନ ସହ ଫଳାଫଳ ଘୋଷଣା ଶେଷ ହୋଇଛି । ଲୋକସଭା ସହ ସମସ୍ତ ବିଧାନସଭା ଆସନକୁ ବିଜେଡି ଦଖଲ କରି ନେଇଛି । ଏହାକୁ ନେଇ ବିଜେଡି ଶିବିର ଉତ୍ସାହିତ ଥିବା ବେଳେ ବିଜେପି ଓ କଂଗ୍ରେସ ନିରାଶ ହେବାକୁ ପଡିଛି । ହେଲେ ଚଳିତ ନିର୍ବାଚନରେ ଲୋକସଭା ସବୁ ପ୍ରାର୍ଥୀଙ୍କୁ ୧୩ ହଜାର ୨୫୩ ଭୋଟର ପସନ୍ଦ କରି ନାହାନ୍ତି ।

ଅର୍ଥାତ ନୋଟାରେ ପଡିଛି ଏସବୁ ଭୋଟ । ସମୁଦାୟ ୧୨ ଲକ୍ଷ ୮୭ହଜାର ଭୋଟରଙ୍କ ମଧ୍ୟରୁ ୯ ଲକ୍ଷ ୪୮ହଜାର ୧୯୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ଭୋଟ ଗଣତି ପରେ ମିଳିଥିବା ସୂଚନା ଅନୁଯାୟୀ ୧୩ହଜାର ୨୫୩ ଭୋଟ ନୋଟା ଖାତାକୁ ଯାଇଥିବା ବେଳେ ୫୬ଟି ଭୋଟ ନାକଚ ହୋଇଛି । ଫୁଲବାଣୀ ନିର୍ବାଚନ ମଣ୍ଡଳୀ‌ରେ ସର୍ବାଧିକ ଭୋଟ ନୋଟାରେ ପଡିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ଭୋଟ ନୋଟାକୁ ଯାଇଛି ।

ଫୁଲବାଣୀରେ ୨ହଜାର ୨୮୫ ଖଣ୍ଡ ଭୋଟ ଓ ବୌଦ୍ଧରେ ୧ହଜାର ୩୭୬ ଖଣ୍ଡ ଭୋଟ ନୋଟାରେ ପଡିଛି। ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ୨ହଜାର ୬୨, ଘୁ.ଉଦୟଗିରିରେ ୧ହଜାର ୫୭୬, ଭଂଜନଗରରେ ୨ହଜାର ୨୩୦, କଣ୍ଟାମାଳରେ ୧ହଜାର ୮୬୩ ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୧ହଜାର ୮୫୫ ଖଣ୍ଡ ଭୋଟ ନୋଟାରେ ପଡିଛି ।