ନିଷ୍ପତ୍ତି ଆଶାନୁରୂପ ହୋଇନି : ରିଭ୍ୟୁ ପିଟିସନ୍ ଦାଏର କରିବ ଅଲ୍ ଇଣ୍ଡିଆ ମୁସଲିମ୍‌ ପର୍ସନାଲ୍ ବୋର୍ଡ

877

କନକ ବ୍ୟୁରୋ : ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି ଅଲ୍ ଇଣ୍ଡିଆ ମୁସଲିମ୍‌ ପର୍ସନାଲ୍‌ ବୋର୍ଡର ଓକିଲ ଜଫରୟାବ୍ ଜିଲାନୀ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ମୁସଲିମ ପକ୍ଷକାର କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ । କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନାହୁଁ, ଏହା ଉପରେ ଆମେ ବିଚାର କରିବୁ । ଆମକୁ ସମାନତା ମିଳିନାହିଁ ଏବଂ ନ୍ୟାୟ ମିଳିନାହିଁ । ନିଷ୍ପତ୍ତି ଉପରେ ଅସହମତି ପ୍ରକାଶ କରିବା ଆମର ଅଧିକାର ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୁସଲମାନ ପକ୍ଷକାର ଜଫରୟାବ ଜିଲାନୀ କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ । ଏହା କାହାର ଜୟ କିମ୍ୱା ପରାଜୟ ନୁହେଁ । ନିଷ୍ପତ୍ତି ଆମର ଆଶା ଅନୁରୁପ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡର କାର୍ଯ୍ୟକାରୀ ବୈଠକ ପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର ଯାଚିକା ଦାଖଲ କରାଯିବ କିନାହିଁ ବିଚାର କରାଯିବ । ବର୍ତ୍ତମାନ ସମୟର ଆଧାରରେ ମୁଁ ଅନୁଭବ କରୁଛି ଏମାମଲାରେ ପୁନର୍ବିଚାର ଯାଚିକା ଦାଖଲ କରାଯିବା ଦରକାର” ।