ଫୋନି ପରେ ବାଲେଶ୍ୱରରେ ପ୍ରଥମ କାଳବୈଶାଖୀ : ପ୍ରବଳ ଘଡ଼ଘଡ଼ି ସାଙ୍ଗକୁ ବର୍ଷା

Advertisment
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଫୋନି ପରେ ବାଲେଶ୍ୱରରେ ପ୍ରଥମ କାଳବୈଶାଖୀ । ଆଉ ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହୁଛି । ଘଡ଼ଘଡ଼ି ଓ ବିଜୁଳି ମାରିବା ସହ ବାଲେଶ୍ୱରରେ ବର୍ଷା ମଧ୍ୟ ହେଉଛି । ତେବେ ପ୍ରଳୟଙ୍କରୀ ବାତ୍ୟା ଫୋନି ପରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଘାଂଟି ହେଉଥିଲେ ଲୋକେ । ପ୍ରଥମେ ଫୋନି ଦାଉ ସାଝିଲା, ହେଲେ ଗରମରୁ ଟିକିଏ ବି ତ୍ରାହି ମିଳିନଥିଲା । ଆଜି କାଳବୈଶାଖୀ ଯୋଗୁଁ ବାଲେଶ୍ୱରବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି ।

ସେପଟେ ଆସନ୍ତାକାଲି ସୁଦ୍ଧା ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଏହାବ୍ୟତୀତ ବଜ୍ରପାତ ସହିତ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି । ଆଉ ଏହି ସମୟରେ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe