କନକ ବ୍ୟୁରୋ : ଗୋଟିଏ ପଟେ ତାତିର ରାଜୁତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଅନ୍ୟପଟେ ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଢ଼େଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବ ବୋଲି ଆଶଙ୍କା କରାଯାଉଛି । ଏହାସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର।

Advertisment

publive-image

ସୂଚନା ଅନୁସାରେ ରାଜ୍ୟର ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ । ତେବେ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଏଥିସହ ରାଜଧାନୀ ଭୁବନେଶ୍ୱର ସମେତ କଟକର ଆକାଶ ମେଘୁଆ ରହିବା ସହ ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ଅସରାଏ ଦୁଇ ଅସରା ବର୍ଷା ହେବାର ସମ୍ଭାବନା ରହିଛି ।