ତାଣ୍ଡବ ରଚିଲା କାଳବୈଶାଖୀ ! ଶୋଇଥିବା ଅବସ୍ଥାରେ ଘର ଉପରେ ଗଛ ପଡ଼ି ମା’, ଝିଅ ମୃତ

265

କନକ ବ୍ୟୁରୋ : କାଳବୈଶାଖୀ ନେଲା ଦୁଇ ଜୀବନ । ନୂଆପଡା ଭଣ୍ଡାରପୁରୀ ଅଂଚଳରେ କାଳବୈଶାଖୀ ତାଣ୍ଡବରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଘର ଉପରେ ଗଛ ପଡିଯିବାରୁ ମାଆ ଓ ଝିଅ ଚାପି ହୋଇ ଗୁରୁତର ହୋଇଥିଲେ । ସେମାନଙ୍କୁ ନୂଆପଡା ମେଡିକାଲରେର୍ତ୍ତି କରାଯାଇଥିଲା  । କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ପ୍ରାଣ ହରାଇଥିବା ମାଆଙ୍କ ନାଆଁ ଗଣେଶୀ ତାଣ୍ଡି (୪୫) ଓ ତାଙ୍କ ଝିଅ ହେଲେ ତୁଳସୀ ତାଣ୍ଡି (୧୪)। ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏ ଘଟଣା ଘଟିଥିବା କୁହାଯାଉଛି। ବିଳମ୍ୱିତ ରାତିରେ ସେଠାରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ ଥିବା ଏକ ବିରାଟ ଗଛ ଉପୁଡ଼ି ଯାଇଥିଲା ଓ ସେହି ଗଛଟି ଘର ଉପରେ ପଡ଼ିଯାଇଥିଲା। ଫଳରେ ଗଣେଶୀ ଓ ତୁଳସୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳବାହିନୀ ପହଞ୍ଚି ପୁନିତରାମଙ୍କୁ ଉଦ୍ଧାର କରିଥିଲାଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଉଦବେଗ ପ୍ରକାଶ ପାଇଛି।