ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ : ଚିକିତ୍ସା କରାଇବା ପରିବର୍ତ୍ତେ ତୁରନ୍ତ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍

2,503

କନକ ବ୍ୟୁରୋ : ସାରା ଦୁନିଆରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ୍ । ଚୀନରେ ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୨୭୮୦ ଲୋକ ପ୍ରାଣ ହରାଇଛନ୍ତି । ଅନେକ ଦେଶକୁ ଭାଇରସ୍ ସଂକ୍ରମଣ ହୋଇଥିବା ବେଳେ ଉତ୍ତରକୋରିଆକୁ ମଧ୍ୟ ଡେଇଁଛି କରୋନା । ଉତ୍ତରକୋରିଆ ଜଣେ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଭାଇରସ୍ ସଂକ୍ରମଣ ବିଷୟରେ ଜାଣିବା ପରେ ଚିକିତ୍ସା କରାଇବା ପରିବର୍ତ୍ତେ ସରକାର ରୋଗୀକୁ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର କୋରିଆର ତାନାସାହା କିମ୍ ଜଙ୍ଗ୍ କରୋନା ରୋଗୀକୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଚୀନରୁ ଫେରିଥିବା ଜଣେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା ।

ସେପଟେ ଆମେରିକାରେ କରୋନା ଭୁତାଣ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅଷ୍ଟେଲିଆ ଏବଂ ଥାଇଲ୍ୟାଣ୍ଡରେ କରୋନା ଭୂତାଣୁ ସଂକ୍ରମଣରେ ପ୍ରଥମ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏଯାଏଁ ସଂକ୍ରମିତ ଦେଶଙ୍କ ସଂଖ୍ୟା ପହଂଚିଛି ୬୦ରେ । ସମଗ୍ର ବିଶ୍ୱରେ ୮୬ ହଜାର ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ୨୯ଶହରୁ ଅଧିକ ଲୋକଙ୍କ ଏହି ସଂକ୍ରମଣରେ ମୃତ୍ୟୁ ହୋଇଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଚାଇନାରେ ୨୮୭୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶ୍ୱର ବାକି ଦେଶମାନଙ୍କରେ ୧୦୮ଜଣଙ୍କ ମୃତ୍ୟୁ ହୋଇଛି । ଇରାନରେ ୪୩ଜଣ, ଇଟାଲୀରେ ୨୯,ଦ କ୍ଷିଣ କୋରିଆରେ ୧୭ଜଣ , ଡାଇମଣ୍ଡ ପ୍ରିନସେସରେ ୬ଜଣ, ଜାପାନରେ ୫ଜଣ, ହଙ୍ଗକଙ୍ଗରେ ୨ଜଣ, ଫ୍ରାନ୍ସରେ ୨ଜଣ, ତାଇୱାନ, ଫିଲପାଇନ୍ସ, ଆମେରିକା ଏବଂ ଅଷ୍ଟେଲିଆରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଚୀନରେ ୭୯ହଜାର ୮୨୬ଜଣ ସଂକ୍ରମିତ ହୋଇଥିବା ବେଳେ ବିଶ୍ୱର ବାକି ଦେଶରେ ୭୧୬୫ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ।