କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସ୍ଥିତି ଶାନ୍ତ ରହିଛି । ଧାରା ୩୭୦ ଉଛେଦ ପରେ ଜମ୍ମୁ-କାଶ୍ମୀରର ସ୍ଥିତି ଉପରେ ସେନା ରଖିଛି କଡା ନଜର । ଶ୍ରୀନଗର ସହରର ଚାରିଆଡେ ସେନା ଛାଉଣୀ ରହିଛି । ତାହାରି ଭିତରେ ସକାଳୁ ଶ୍ରୀନଗରର ସହର ଖାଁ ଖାଁ ଦଖିବାକୁ ମିଳିଥିଲା । କିନ୍ତୁ ସେପଟେ ଜାମ୍ମୁରେ ଚିତ୍ର କିଛି ଅଲଗା ଆସଛି । ଆସନ୍ତା ୧୨ ତାରିଖରେ ପଡୁଛି ଇଦ୍ ଉଲ ଜୁହା । ଏଥିପାଇଁ ରଖି କିଛି ଲୋକ ବାହାରକୁ ଆସି ମାର୍କେଟିଂ କରିନେଇଛନ୍ତି ।

Advertisment

ନାଁ ରାସ୍ତା ଉପରେ ଅଛନ୍ତି ପଥର ଫିଙ୍ଗା ଗ୍ୟାଙ୍ଗ୍, ନାଁ ଉଡୁଛି ପାକିସ୍ତାନ କିଂବା ଆଇଏସର ପତାକା । ସ୍ଥିତି ସାଧାରଣ ରହିଥିଲେ ମଧ୍ୟ ସେନା ରଖିଛି କଡା ନଜର । ଧାରା ୩୭୦ ଉଛେଦ ପରେ ଅଗଷ୍ଟ ୧୨ ତାରିଖରେ ଇଦ ଉଲ ଜୁହା ହେବ ଘାଟିର ମୁସଲିମଙ୍କ ପ୍ରଥମ ପର୍ବ । ଏହାକୁ ନେଇ ପ୍ରଶାସନ ଇଦ୍ ଦିନ ୧୪୪ ଧାରାକୁ କୋହଳ କରିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାଜ୍ୟପାଳ ଇଦ୍ ପାଳନ ନେଇ ଲୋକଙ୍କ ପାଇଁ ଜାମ୍ମୁ ଓ କାଶ୍ମୀରର ପ୍ରଶାସନ ସବୁ ବ୍ୟବସ୍ଥା କରିବାକୁ ସୂଚନା ଦେଇଛନ୍ତି ।

ଗତ କିଛି ଦିନ ହେବ ଶ୍ରୀନଗରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଦୋଭାଲ୍ ରହିଛି ପୁରା ଗ୍ରାଉଣ୍ଡ ଜିରୋରୁ ସୁରକ୍ଷାକୁ ନଜରରେ ରଖିଛନ୍ତି । ଘାଟିରୁ କେବେ ଏହି ସେନା ପ୍ରତ୍ୟାହାର ହେବ ସେ ନେଇ ଏବେ କିଛି ବି ସୂଚନା । ଏହାକୁ ନେଇ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବୈଠକ କରି ସ୍ଥିତି ଉପରେ ନଜର ରଖିଛନ୍ତି ।