ଅହିଂସାର ପାଠ ପଢ଼ିବେ ଛାତ୍ରଛାତ୍ରୀ : ରାଜ୍ୟର ସମସ୍ତ ସ୍କୁଲରେ ଆୟାଜିତ ହେବ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ନ୍ୟୁଜ୍ By Pranjna Parimita Behera On Sep 12, 2019 - 2:25 PM Last updated Sep 12, 2019 - 5:25 PM 736 Share କନକ ବ୍ୟୁରୋ : ପିଲାଙ୍କୁ ଦିଆଯିବ ଅହିଂସା ମନ୍ତ୍ର । ବାଲ୍ୟବସ୍ଥାରୁ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବେ ଛାତ୍ରଛାତ୍ରୀ । ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ସବୁ ପିଲା ଭାଗନେବେ ଅହିଂସାକୁ ନେଇ କ୍ୱିଜ ପ୍ରତିଯୋଗିତାରେ । ରାଜ୍ୟର ସବୁ ସ୍କୁଲ, ବ୍ଲକ ଓ ଜିଲ୍ଲା ସ୍ତରରେ ହେବ ମହାତ୍ମାଗାନ୍ଧିଙ୍କ ଅହିଂସା ନେଇ କ୍ୱିଜ, ତର୍କ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା । ଚଳିତମାସ ୧୬ରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରରେ ୨୩ରୁ ୨୪ ତାରିଖ ଯାଏଁ ବ୍ଲକ ସ୍ତରରେ ଓ ୨୭ ଓ ୨୮ ତାରିଖରେ ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗିତା ହେବ । ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ଘୋଷଣା କରିଛି । Kanak News is now on WhatsApp Join and get latest news updates delivered to you via WhatsApp Join Now ଅହିଂସା ଶଦ୍ଦ ସହ ଦେଶର ସ୍ୱାଧୀନତା ଓତପ୍ରୋତଃ ଭାବେ ଜଡ଼ିତ । ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ର ଯୋଗୁଁ ଦାସତ୍ୱରୁ ମୁକ୍ତ ହୋଇଥିଲା ଭାରତ । ଛାତ୍ରଛାତ୍ରୀମାନେ ମାନେ ମଧ୍ୟ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ ବୋଲି ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨ରେ ସାରା ଦେଶ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରାଯିବ । ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ରଚନା, ତର୍କ, ବୁଦ୍ଧି ପରୀକ୍ଷା ପରି ପ୍ରତିଯୋଗିତା କରାଯିବ । ସେପ୍ଟେମ୍ବର ୧୬ରୁ ୧୮ ପର୍ଯ୍ୟନ୍ତ ସ୍କୁଲ ସ୍ତରରେ ପ୍ରତିଯୋଗିତା ହେବ । କୃତି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୨ରେ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଧୀରେ ଧୀରେ ହଂସା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଛାତ୍ରଛାତ୍ରୀ ମାନେ ବି ଏହାକୁ ଅନୁକରଣ କରିବାର ଦେଖାଯାଉଛି । କୁନି କୁନି ପିଲାମାନେ ବିଭିନ୍ନ ଅପରାଧରେ ଜଡ଼ିତ ଥିବାର ଅନେକ ଖବର ବି ଆସୁଛି । ତେବେ ଛାତ୍ରଛାତ୍ରୀ କୋମଳ ମନକୁ ନିର୍ମଳ ରଖିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ନିଶ୍ଚୟ । 736 Share FacebookTwitterGoogle+WhatsAppTelegramEmailPrint