ପ୍ରଥମେ ଆତଙ୍କବାଦ ଉପରେ ରୋକ ଲଗାଉ ପାକିସ୍ତାନ, ପରେ ହେବ ଆଲୋଚନା : ସୁଷମା ସ୍ୱରାଜ

97

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ କୌଣସି କଥାବାର୍ତ୍ତା ସେ ପର୍ଯ୍ୟନ୍ତ ସମ୍ଭବ ନୁହେଁ,ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି । ଇସଲାମାବାଦରେ ଅନୁଷ୍ଠିତ ହେଉଥିବା ସାର୍କ ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା । ଏହାକୁ ଭାରତ ପ୍ରତ୍ୟାଖ୍ୟାନ କରିବା ପରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

source : Blasphemy.ie

କର୍ତ୍ତାରପୁର କରିଡର ନିର୍ମାଣ ଭଳି ଦ୍ୱିପାକ୍ଷିକ ପଦକ୍ଷେପ ଦୁଇ ଦେଶ ମଧ୍ୟରେ କାଥାବାର୍ତ୍ତା ଲାଗି ପଥ ପରିଷ୍କାର କରିନାହିଁ । ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସୁଷମା କହିଛନ୍ତି କି ଶେଷପର୍ଯ୍ୟନ୍ତ ଭାରତରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କରିଛି, ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ସମ୍ଭବ ନୁହେଁ କିମ୍ବା ଭାରତ ସାର୍କ ସମ୍ମିଳନୀରେ ଯୋଗ ଦେବ ନାହିଁ ।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କର୍ତ୍ତାରପୁର କରିଡରର ଶିଳାନ୍ୟାସ କରିବାର କିଛି ସମୟ ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ମନ୍ତବ୍ୟ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।